ଓଡ଼ିଶାଲାଇଭ୍ ଏଣ୍ଚରଟେନ୍‌ମେଣ୍ଟ୍‌ ବ୍ୟୁରୋ

ଲକ୍‌ଡାଉନ ଯୋଗୁଁ ଏବେ ସମସ୍ତ ପ୍ରକାର ସୁଟିଂ ବନ୍ଦ ରହିଛି। ଏଥିପାଇଁ ବଲିଉଡର ନାମୀଦାମୀ କଳାକାରମାନେ ନିଜ ଘରେ ରହି ବିଭିନ୍ନ ଉପାୟରେ ସମୟ କାଟୁଛନ୍ତି। କିଏ ଏକ୍ସରସାଇଜ୍ କରି ସମୟ କାଟୁଛନ୍ତି ତ କିଏ ଘରେ ରୋଷେଇ କରି ସମୟ କାଟୁଛନ୍ତି। ତେବେ ବଲିଉଡର ଚୁଲ୍‌ବୁଲି ନାୟିକା ଦୀପିକା ପାଦୁକୋନ ଏହି ସମୟରେ ଘରେ ରହି ରୋଷେଇ ଶିଖୁଛନ୍ତି। ଖାଲି ଶିଖୁନାହାନ୍ତି, ନୂଆ ନୂଆ ରୋଷେଇ ଶିଖି ତାଙ୍କ ରଣବୀର ସିଂହଙ୍କୁ ଖାଇବାକୁ ମଧ୍ୟ ଦେଉଛନ୍ତି। ଏନେଇ ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରି ସେୟାର କରିଛନ୍ତି।

ଲକ୍‌ଡାଉନରେ ଘରେ ରହି ଦୀପିକା ରଣବୀରଙ୍କ ପାଇଁ ଚିଜି ପିଜା ପ୍ରସ୍ତୁତ କରିଛନ୍ତି। ରଣବୀର ସିଂହ ନିଜ ଇନ୍‌ଷ୍ଟାଗ୍ରାମରେ ଷ୍ଟୋରିରେ ଦୀପିକା ପ୍ରସ୍ତୁତ କରିଥିବା ପିଜାର ପୁରା ରେସିପି କହିଛନ୍ତି। ଏହାସହ ସେ ଦୀପିକାଙ୍କ ହାତ ତିଆରି ପିଜା ଖାଇବାକୁ ନେଇ ଉତ୍ସାହିତ ରହିଥିବା କଥା କହିଛନ୍ତି ରଣିବୀର ସିଂହ।

ଦୀପିକା ଜଣାଶୁଣା ସେଫ୍ ପାଓଲା ବେସେଟ୍ଟିଙ୍କଠାରୁ ରୋଷେଇ ଶିଖୁଛନ୍ତି। ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ସେ ନାନା ସୁସ୍ଵାଦୁ ଖାଇବା ତିଆରି କରି ଏହାର ଫଟୋ ସୋସିଆଲ ମିଡିଆ ସେୟାର କରିଛନ୍ତି। ଲକ୍‌ଡାଉନ ସମୟକୁ ଉଭୟ ଦୀପିକା ଓ ରଣବୀର ମଜାମସ୍ତି କରି ବିତାଉଛନ୍ତି। ଏହାକୁ ତାଙ୍କ ପ୍ରସଂଶକମାନେ ମଧ୍ୟ ପସନ୍ଦ କରୁଛନ୍ତି।

Comment