ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୂଳତ ପାକିସ୍ତାନରୁ ଆସିଛନ୍ତି। ବିଭାଜନ ସମୟରେ ପାକିସ୍ତାନରୁ ଅଲଗା ହୋଇ ସେମାନେ ଭାରତରେ ବସବାସ କରିଛନ୍ତି। ତେବେ କେବଳ ଯେ ଭାରତରେ ସେମାନେ ରହୁଛନ୍ତି ତାହା ନୁହେଁ ବରଂ ଏଠି ନିଜର ପରିଚୟ ସୃଷ୍ଟି କରି ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି। ତେବେ ଆସନ୍ତୁ ଜାଣିବା ସେମିତି କିଛି ବ୍ୟକ୍ତିଙ୍କ ବିଷୟରେ।

ନିରଞ୍ଜନ ହିରାନନ୍ଦାନୀ

ପାକିସ୍ତାନରୁ ଭାରତରେ ଆସି ବସବାସ କରୁଥିବା ଏଭଳି ଲୋକଙ୍କ ମଧ୍ୟରେ ନିରଂଜନ ହିରାନନ୍ଦାନୀ ଅଛନ୍ତି।  ସେ ହେଉଛନ୍ତି ହିରାନନ୍ଦାନୀ ଗ୍ରୁପ୍‌ର ମାଲିକ। ତାଙ୍କ ବାପା ପଦ୍ମଶ୍ରୀ ଲାଖୁମାଲ ହିରାନନ୍ଦ ହିରାନନ୍ଦାନୀ ପାକିସ୍ତାନର ସିନ୍ଧ ପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରୁ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ବିଭାଜନ ସମୟରେ ତାଙ୍କ ପରିବାର ମଧ୍ୟ ହିଂସାର ଶିକାର ହୋଇଥିଲେ। ଫଳରେ ହିରାନନ୍ଦାନୀ ପୂରା ପରିବାର ସହ ଭାରତ ଆସିଥିଲେ। ପୁଅ ନିରଞ୍ଜନ ମୁମ୍ବାଇରୁ ଛୋଟ ବ୍ୟବସାୟରୁ ଆରମ୍ଭ କରିଥିଲେ। ବ୍ୟବସାୟରେ ସଫଳ ହୋଇ ଏବେ ସେ ଭାରତର ସବୁଠୁ ଧନୀ ତାଲିକାରେ ନିଜକୁ ସ୍ଥାନିତ କରିଛନ୍ତି।

ବବିତା କପୁର

ବଲିଉଡର ଜଣାଶୁଣା ଅଭିନେତ୍ରୀ ବବିତା କପୁର ମଧ୍ୟ ପାକସ୍ତାନରେ ଜନ୍ମ ହୋଇଥିଲେ।ତାଙ୍କ ବାପା ହରି ଶିବଦାସାନି ଜଣେ ହିନ୍ଦୁ ସିନ୍ଧି ପରିବାରର ଥିଲେ, ଯିଏ ବିଭାଜନ ପରେ ପାକିସ୍ତାନରୁ ଭାରତ ଯାଇଥିଲେ। ବବିତା ଭାରତରେ ବେଶ ନାଁ କରିଛନ୍ତି। ତାଙ୍କର ଦୁଇ ଝିଅ ତଥା କରୀନା ଓ କରିସ୍ମା ମଧ୍ୟ ବଲିଉଡରେ ସଫଳ ନାଁ।

ରାମ ଜେଥମାଲାନି

ଦେଶର ପ୍ରସିଦ୍ଧ ଓକିଲ ରାମ ଜେଥମାଲାନି ମଧ୍ୟ ପାକିସ୍ତାନର ଥିଲେ। ଗତ ବର୍ଷ ତାଙ୍କର ମୃତ୍ୟୁ ହୋଇଥିଲା। ଜେଥମାଲାନି ବ୍ରିଟିଶ ଶାସନ ଅଧୀନରେ ପାକସ୍ତାନର ଶିଖରପୁର ସହରରେ ଜନ୍ମଗ୍ରହଣ କରିଥିଲେ। ୧୯୨୩ ମସିହାରେ ଜନ୍ମ ହୋଇଥିବା ଜେଥମାଲାନି ପାକିସ୍ତାନରେ ଆଇନ ପ୍ରଫେସର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ, କିନ୍ତୁ ୧୯୪୮ମସିହାରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କରାଚିରେ ଦଙ୍ଗା ଆରମ୍ଭ ହେବା ପରେ ଜେଥମାଲାନିଙ୍କୁ ପାକିସ୍ତାନ ଛାଡି ଭାରତ ଯିବାକୁ ପଡିଲା। ସେ ଭାରତରେ ଜଣେ ପ୍ରସିଦ୍ଧ ଓକିଲ ଭାବେ ନାଁ କରିଥିଲେ।

କମେଡିଆନ ଅସରାନୀ

ବଲିଉଡର ହାସ୍ୟ ଅଭିନେତା ଅସରାନୀ ମଧ୍ୟ ପାକିସ୍ତାନର। ସେ ଯେତେବେଳେ ମାତ୍ର ୭ ବର୍ଷ ବୟସର ହୋଇଥିଲେ ସେତେବେଳେ ପାକିସ୍ତାନ ଛାଡ଼ି ଭାରତ ଆସିଥିଲେ। ଏଠାରେ କାମ କରି ନାଁ କଲେ।

Comment