ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ଼

ପିଜା ଡେଲିଭରି ବଏ ହେଲେ କରୋନା ଆକ୍ରାନ୍ତ। ରାଜଧାନୀ ଦିଲ୍ଲୀରେ ଏଭଳି ଏକ ଘଟଣା ଏବେ ସମସ୍ତଙ୍କ ନିଦ ହଜାଇଦେଇଛି। ଏପରିକି ଏହି କାରଣରୁ ମୋଟ ୭୨ ଜଣ ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିଛି।

ଦିଲ୍ଲୀର ଏହି ପିଜା ଡେଲିଭର ବଏ ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ନିଜର ଚାକିରିରେ ଥିଲେ। ଏହି ସମୟରେ ସେ ସବୁଦିନ ଭଳି ଲୋକମାନଙ୍କ ପାଖରେ ପିଜା ଡେଲିଭରି କରିଥିଲେ। ତେବେ ସେ କରୋନାରେ ପଜିଟିଭ୍ କଥା ଜଣାପଡ଼ିବା ପରେ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ିଛି। ଏହି ସମୟରେ ସେ କାହା କାହ ସଂସ୍ପର୍ଶରେ ଆସିଥିଲେ ଏବଂ ତାଙ୍କ ଦ୍ୱାରା ଆଉ କିଏ କରୋନା ସଂକ୍ରମିତ ହୋଇପାରେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି।coronaଏହି ସମୟରେ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୭୨ ଜଣ ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି ସେମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଯିବ ତେବେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି କୁହାଯାଇଛି।

ଲକଡାଉନ୍ ସମୟରେ ଅନଲାଇନ୍ ଫୁଡ୍ ଓ ଜିନିଷ ଡେଲିଭରି ହୋଇପାରିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଦିଲ୍ଲୀର ଏହି ଘଟଣା ଏବେ ଏହି ନିୟମର ପୁନର୍ବିଚାର କରିବାକୁ ବାଧ୍ୟ କରିଛି।

Comment