ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଜି ୨୯୯୫ ପଜିଟିଭ୍ ଚିହ୍ନଟ
  • ୧୭୩୭ କ୍ୱାରେଣ୍ଟାଇନରୁ,୧୨୫୮ ସ୍ଥାନୀୟ ସଂକ୍ରମିତ 
  • ରାଜ୍ୟରେ ଆଜି ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରୁ ଆଜି ଚିହ୍ନଟ ହୋଇଛନ୍ତି ୨୯୯୫ କରୋନା ପଜିଟିଭ୍। ଏଥିସହ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ ଲକ୍ଷ ୪୧ ହଜାରକୁ ବୃଦ୍ଧି ପାଇଛି। ଅନ୍ୟପଟେ ଆଜି ରାଜ୍ୟର ୧୮ ଜଣ ଆକ୍ରାନ୍ତ କରୋନାରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭୩୭ ଜଣ କ୍ୱାରେଣ୍ଟାଇନରୁ ଓ ବାକି ୧୨୫୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ମିଳିଛି। ସେହିପରି ପୂର୍ବଭଳି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାପଛକୁ କଟକରୁ ୧୬୬, ଅନୁଗୁଳରୁ ୧୪୨, ବାଲେଶ୍ୱରରୁ ୧୨୧, କେନ୍ଦ୍ରାପଡ଼ାରୁ ୧୩୫, ପୁରୀରୁ ୧୪୫ ଓ ସୁନ୍ଦରଗଡ଼ରୁ ୧୦୧ ଜଣ ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଜି ୧୮ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୯୫୮କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment