ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜଧାନୀରୁ ଆଜି ୩୧୪ ପଜିଟିଭ୍ ଚିହ୍ନଟ
  • ୮୪ ଜଣ କ୍ୱାରେଣ୍ଟାଇନରୁ,୨୩୦ ସ୍ଥାନୀୟ ସଂକ୍ରମିତ
  • ସହରରେ ଏବେ ବି ୩୫୩୧ ଜଣ ଆକ୍ରାନ୍ତ ସକ୍ରିୟ

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୧୪ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୮୪ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୨୩୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରର ଶୈଳଶ୍ରୀ ବିହାର, ୟୁନିଟ-୬, ପୁରୁଣା ଭୁବନେଶ୍ୱର, ଝାରପଡ଼ା, ଟଙ୍କପାଣି ରୋଡ୍, ରସୁଲଗଡ଼, ଲକ୍ଷ୍ମୀସାଗର ଆଦି ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବିଶେଷକରି ୨୩୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ବିଏମସି ପାଇଁ ଚିନ୍ତା ବଢ଼ାଉଛି।

ଅନ୍ୟପଟେ ଆଜି ଭୁବନେଶ୍ୱର ୩୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ ସହରରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୪,୨୨୮କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୩୫୩୧ ଜଣ ଆକ୍ରାନ୍ତ ସକ୍ରିୟ ଥିବାନେଇ ବିଏମସି ସୂଚନା ଦେଇଛି।

Comment