ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୦୯ ପଜିଟିଭ୍ ଚିହ୍ନଟ
  • ୮୩ କ୍ୱାରେଣ୍ଟାଇନରୁ,୨୨୬ ସ୍ଥାନୀୟ ସଂକ୍ରମିତ
  • ଭୁବନେଶ୍ୱରରେ ଏବେ ବି ୩୫୧୯ ଆକ୍ରାନ୍ତ ସକ୍ରିୟ

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୩୦୯ କରୋନା ପଜିଟିଭ୍। ସେଥିମଧ୍ୟରୁ ୮୩ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୨୨୬ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରେ ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ପଟିଆ, ସୌଭାଗ୍ୟ ନଗର, ପାତ୍ରପଡ଼ା, ଭିଏସ୍ଏସ୍ ନଗରରୁ ଏକାଧିକ ସଂକ୍ରମିତ ରହିଛନ୍ତି।

ଅନ୍ୟପଟେ ଆଜି ଭୁବନେଶ୍ୱରର ୩୧୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦,୮୮୮କୁ ବୃଦ୍ଧି ପାଇଛି। ଏହାସତ୍ତ୍ୱେ ଭୁବନେଶ୍ୱରରେ ଏବେ ବି ୩୫୧୯ ଆକ୍ରାନ୍ତ ସକ୍ରିୟ ଥିବା ନେଇ ବିଏମସି ସୂଚନା ଦେଇଛି।

Comment