ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାର ବର୍ଷା କାଳୀନ ଅଧିବେଶନ ଶେଷ ହେବା ପରେ ଶାସକ ବିଜେଡିର ନଜର ଏବେ ତିର୍ତ୍ତୋଲ ଓ ବାଲେଶ୍ୱର ଏହି ଦୁଇ ଉପନିର୍ବାଚନ ଉପରେ। ଆସନ୍ତା ମାସ ୩ରେ ଏଠି ଭୋଟ ନିଆଯିବ।

ଯଦିଓ ତିର୍ତ୍ତୋଲ ବିଧାନସଭା ଆସନକୁ ବିଜେଡିର ଗଡ଼ ବୋଲି କୁହାଯାଉଛି ଓ ଏଠି ଜିତିବା ଅତି ସହଜ, ବିଜେଡି କିନ୍ତୁ ଅଧିକ ଫୋକସ କରୁଛି ବାଲେଶ୍ୱର ସଦର ଆସନ ଉପରେ। ଏହି ଆସନଟି ବିଜେପି ପାଖରେ ଥିଲା। ତେବେ ବିଜେପି ମଧ୍ୟ ଚାହୁଁଛି ଏହି ଆସନକୁ ବଜାୟ ରଖିବା ପାଇଁ କାରଣ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ପେଣ୍ଠସ୍ଥଳ।

ଉପନିର୍ବାଚନକୁ ଆଖିରେ ରଖି ବିଜେଡି ପକ୍ଷରୁ ବୁଧବାର ଦିନ ଏକ ମହମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବାଲେଶ୍ୱରରୁ ୫ ଥର ବିଧାୟକ ରହି ସାରିଥିବା ଅରୁଣ ଦେ ଓ ତାଙ୍କ ସମର୍ଥକମାନେ ବିଜେଡିରେ ଯୋଗ ଦେଇଥିଲେ। ନିଜର ତାକତ ଦେଖାଇବା ପାଇଁ ବିଜେଡି ଏହି ମିଶ୍ରଣ ପର୍ବ କରିଥିଲା।ତେବେ ଆଉ କିଛି ଦିନ ପରେ ବିଜେଡିର ନେତାମାନେ ତିର୍ତ୍ତୋଲ ଏବଂ ବାଲେଶ୍ୱରରେ ପହଞ୍ଚି ଉପନିର୍ବାଚନର ରଣକୌଶଳ ତିଆରି କରିବେ ବୋଲି କହିଛନ୍ତି ଜଣେ ବରିଷ୍ଠ ବିଜେଡି ନେତା।

Comment