ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୩୧୬ ପଜିଟିଭ୍ ଚିହ୍ନଟ
  • ୮୪ ଜଣ କ୍ୱାରେଣ୍ଟାଇନରୁ, ୨୩୨ ସ୍ଥାନୀୟ ସଂକ୍ରମିତ
  • ରାଜଧାନୀରେ ଏବେ ବି ୩୫୦୭ ଆକ୍ରାନ୍ତ ସକ୍ରିୟ

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୩୧୬ ନୂଆ କରୋନା ପଜିଟିଭ୍। ସେଥିମଧ୍ୟରୁ ୮୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୨୩୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକାଧିକ କେସ ବରମୁଣ୍ଡା, ଡୁମୁଡୁମା, ସହିଦ ନଗର, ରସୁଲଗଡ଼ ଓ ଖଣ୍ଡଗିରି ଅଞ୍ଚଳରୁ ରହିଛି। ଏଥିସହିତ ଚନ୍ଦ୍ରଶେଖରପୁର ଓ ପଟିଆ ଅଞ୍ଚଳରୁ ମଧ୍ୟ ଏକାଧିକ ସଂକ୍ରମିତ ସାମନାକୁ ଆସିଛନ୍ତି।

ଅନ୍ୟପଟେ ଆଜି ରାଜଧାନୀର ୩୨୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରର କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୧,୨୧୪କୁ ବୃଦ୍ଧି ପାଇଛି। ରାଜଧାନୀରେ ଏବେ ବି ୩୫୦୭ ଆକ୍ରାନ୍ତ ସକ୍ରିୟ ଥିବା ବିଏମସି ରିପୋର୍ଟ ଦେଇଛି।

Comment