ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ୱରରୁ ଆଜି ୨୭୧ ପଜିଟିଭ୍ ଚିହ୍ନଟ
  • ୬୮ ଜଣ କ୍ୱାରେଣ୍ଟାଇନରୁ,୨୦୩ ସ୍ଥାନୀୟ ସଂକ୍ରମିତ
  • ସହରର ସଂକ୍ରମିତଙ୍କ ସଂଖ୍ୟା ୨୫,୭୩୫କୁ ବୃଦ୍ଧି

ରାଜଧାନୀ ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଛନ୍ତି ୨୭୧ କରୋନା ପଜିଟିଭ୍। ସେଥିମଧ୍ୟରୁ ୬୮ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ବାକି ୨୦୩ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି।

ଭୁବନେଶ୍ୱରର ଭିଏସ୍ଏସ୍ ନଗର, ନୟାପଲ୍ଲୀ, ଆଇଆରସି ଭିଲେଜ୍, ବରମୁଣ୍ଡା, ରସୁଲଗଡ଼ ଆଦି ଅଞ୍ଚଳରୁ ଏକାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ପଟିଆ, ପାତ୍ରପଡ଼ା, ମଞ୍ଚେଶ୍ୱର ଅଞ୍ଚଳରୁ ମଧ୍ୟ ଅନେକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ଭୁବନେଶ୍ୱରରେ ସଂକ୍ରମିତଙ୍କ ସଂଖ୍ୟା ୨୫,୭୩୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ୨୨,୨୧୦ ସୁସ୍ଥ ହୋଇଥିବାବେଳେ ଏବେ ବି ୩୩୮୫ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି।

 

Comment