ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ସହରାଞ୍ଚଳ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୫ ବର୍ଷରେ ମିଳିଛି ୮୮୫.୫୮ କୋଟି ଟଙ୍କା। ଅଟଳ ମିଶନ ଅଧୀନରେ ‘ଅମୃତ’ ଯୋଜନାରେ ଏହି ଟଙ୍କା ମିଳିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅମୃତ ଯୋଜନାରେ ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ବ୍ରହ୍ମପୁର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ପାଇଁ  ଏହି ଅର୍ଥ ମିଳିଛି।  ଏହା ଓଡ଼ିଶା ସହରାଞ୍ଚଳ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୧୫୨ଟି ପ୍ରକଳ୍ପ ସରିଛି ଏବଂ ଅନ୍ୟ ୩୯ ଟି ପ୍ରକଳ୍ପ ଚାଲିଛି।

ସେହିପରି ‘ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା’ (ସାପ୍‌)  ଅଧୀନରେ ଓଡ଼ିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି।

LEAVE A REPLY

Please enter your comment!
Please enter your name here