ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ରାତି ଅଧରେ ସୁଯୋଗ ଦେଖି ଗ୍ରୀଲ୍ ତାଡି ଘରେ ପଶିଥିଲେଚାପଡରେ ସ୍ଵାମୀ, ସ୍ତ୍ରୀଙ୍କୁ ହାଣି ଲହୁଲୁହାଣ କରି ଲୁଟି ନେଇଥିଲେ ଟଙ୍କା, ସୁନା ଆଉ ମୋବାଇଲ ଫୋନ୍ ଏତେସବୁ ପରେ କିନ୍ତୁ ଚୋରମାନଙ୍କର ଗୋଟିଏ ଭୁଲ୍ ତାଙ୍କୁ ଆଜି ଫସାଇଦେଲା ପୋଲିସ ପଞ୍ଝାରେ। ଚୋରି ମୋବାଇଲକୁ ବ୍ୟବହାର କରୁଥିବାରୁ ଧରାପଡିଗଲା ଜଣେ ଡକାୟତ
କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁସୁନପୁର ଗାଁରେ ହୋଇଥିବା ଡକାୟତି ଘଟଣାରେ ମଙ୍ଗଳବାର ମାର୍ଶାଘାଇ ପୋଲିସ ଜଣଙ୍କୁ ଗିରଫ କରିଛି ସେମାନଙ୍କଠାରୁ ହଜାର ଟଙ୍କା, ୭ଟି ମୋବାଇଲ ଫୋନ୍, ଏକ ଲୁହା ଚାପଡ ସହ ୬ଟି ସ୍କ୍ରୁ ଡ୍ରାଇଭର ଜବତ ହୋଇଛି ଡକାୟତି ପରେ ସେମାନେ ଲୁଟ କରିଥିବା ଏକ ସ୍ମାର୍ଟଫୋନକୁ ତିଲଙ୍ଗ ଗାଁର ନାରାୟଣ ଦାସ ବ୍ୟବହାର କରୁଥିଲା ତେବେ କେନ୍ଦ୍ରାପଡା ସ୍ଵତନ୍ତ୍ର ପୋଲିସ ସ୍କ୍ଵାର୍ଡ ଟେଲିଫୋନ ନେଟଓ୍ଵାର୍କକୁ ଟ୍ରାକ କରି ନାରାୟଣକୁ ଗିରଫ କରିବା ପରେ ତାଠାରୁ ସୂଚନା ନେଇ ଆଉ ଜଣକୁ ଗିରଫ କରିଛି ଏହି ଡକାୟତିରେ ଜଣ ସାମିଲ ଥିଲାବେଳେ ଆଉ ଦୁଇଜଣ ପୋଲିସ ଆଖିରେ ଧୁଳି ଦେଇ ଚମ୍ପଟ ମାରିଛନ୍ତି ବୋଲି ସୂଚନା ମିଳିଛିପୋଲିସର ସୂଚନା ଅନୁସାରେ ଗତ ୨୦ ତାରିଖରେ ଏମାନେ ଏକ ଅଟୋରେ ଆସି ମାର୍ଶାଘାଇ ଥାନା ଲୁଣା ବ୍ରିଜ୍ ପାଖ ଆଖଣ୍ଡଳମଣି ମନ୍ଦିର ନିକଟରେ ଅପେକ୍ଷା କରି ରହିଥିଲେ ରାତି ୧ଟା ସମୟରେ ସୁଯୋଗ ଦେଖି ସେମାନେ କାହ୍ନୁଚରଣ ନାୟକଙ୍କ ଗ୍ରୀଲ ତାଡି ଘରେ ପଶିଥିଲେ ଘରୁ ସୁନା ଅଳଙ୍କାର, ୨୦ ହଜାର ଟଙ୍କା ୩ଟି ମୋବାଇଲ ଫୋନ ଲୁଟି ନେବା ସହ କାହ୍ନୁଚରଣ ତାଙ୍କ ପତ୍ନୀ ସୁଲୋଚନାଙ୍କୁ ଲୁହା ଚାପଡରେ ହାଣି ଲହୁଲୁହାଣ କରି ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲେ

ଏହାପରେ ସେମାନେ ପାଖ ତୁଳସୀପୁର ଗାଁର ଅକ୍ଷୟ ସାହୁଙ୍କ ଘରେ ପଶି ୫୦୦୦ ଟଙ୍କା ଲୁଟ କରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ତେବେ ଆଜି ମାର୍ଶାଘାଇ ପୋଲିସ ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଧରିବାରେ ସଫଳ ହୋଇଛି। ଏହି ଘଟଣାରେ ମାର୍ଶାଘାଇ ପୋଲିସର ସଫଳତା ସମ୍ପର୍କରେ କେନ୍ଦ୍ରାପଡା ଏସ୍ ପି ନିତିଶେଖର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here