ଓଡ଼ିଶାଲାଇଭ୍ ବ୍ୟୁରୋ
ହାତୀ ଉପରେ ଯୋଗ କରୁ କରୁ ତଳେ ପଡ଼ିଗଲେ ବାବା ରାମଦେବ। ସୌଭାଗ୍ୟବଶତଃ ତାଙ୍କୁ କୌଣସି ଆଘାତ ଲାଗିନାହିଁ। ରାମଦେବ ହାତୀ ଉପରୁ ତଳେ ପଡ଼ି ଯାଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ପ୍ରକୃତରେ ଗତ ସୋମବାର ବାବା ରାମଦେବ ମଥୁରାର ମହବନ ରାମଣରେତୀ ଆଶ୍ରମରେ ଏକ ଯୋଗ ଶିବିର ଲଗାଇ ଥିଲେ। ସେଠାରେ ସାଧୁ ସନ୍ଥମାନଙ୍କୁ ଯୋଗ ଶିଖାଉଥିଲେ। ଏହି ସମୟରେ ସେ ହାତୀ ଉପରେ ବସି ଯୋଗ କରୁଥିଲେ।
ଯୋଗ କରିବା ସମୟରେ ହାତୀ ଏପଟ ସେପଟ ହୋଇଯିବାରୁ ରାମଦେବ ସନ୍ତୁଳନ ହରାଇ ତଳେ ପଡ଼ିଯାଇଥିଲେ। ତଳେ ପଡ଼ିବା ପରେ ମଧ୍ୟ ରାମଦେବ ନିଜକୁ ସମ୍ବାଳି ନେଇଥିଲେ ଓ ତାଙ୍କୁ କୌଣସି ଆଘାତ ଲାଗିନଥିଲା। ଏହି ଦୃଶ୍ୟ ଦେଖି ସେଠାରେ ସବୁ ସନ୍ଥ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।