ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଦେଶୀ ସିମ୍‌ କାର୍ଡ ଏବଂ କିମ୍ଭୋ ଆପ୍ ତିଆରି କରିଥିବା ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍ ଏବେ କପଡ଼ା ବ୍ୟବସାୟରେ ପ୍ରବେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ପତଞ୍ଜଳି ଗ୍ରୁପ୍ ଖୁବଶୀଘ୍ର ‘ପରିଧାନ’ ନାମରେ ନୂଆ ଜିନ୍ସ ପ୍ୟାଣ୍ଟ ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଚଳାଇଛି।

୨୦୧୮ ଶେଷ ଭାଗରେ ଏହି ସ୍ୱଦେଶୀ ଜିନ୍ସ ପ୍ୟାଣ୍ଟ ବଜାରରେ ପ୍ରବେଶ କରିବ। ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି କରାଯାଉଥିବା ନୂଆ ଜିନ୍ସ ପ୍ୟାଣ୍ଟକୁ ଭାରତୀୟ ଯୁବପିଢ଼ିମାନେ ନିଶ୍ଚିତ ଭାବେ ଗ୍ରହଣ କରିବେ ବୋଲି ପତଞ୍ଜଳି ଗ୍ରୁପ୍‌ର ବିଶ୍ୱାସ ରହିଛି।

କେବଳ ଜିନ୍ସ ପ୍ୟାଣ୍ଟ ନୁହେଁ, ୩୦୦୦ ଉତ୍ପାଦ ଲଞ୍ଚ କରିବ ପତଞ୍ଜଳି ଗ୍ରୁପ୍। ଏଥିରେ ବେଡ୍‌ସିଟ୍, ଯୋଗ ଏବଂ ସ୍ପୋର୍ଟସ ଡ୍ରେସ୍ ଅନ୍ତର୍ଭୁକ୍ତ ରହିଛି।

ପତଞ୍ଜଳିର ସହ ପ୍ରତିଷ୍ଠାତା ବାଲକୃଷ୍ଣ କହିଛନ୍ତି, “ପରିଧାନ ନାଁରେ ଆମେ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଏବଂ କିଛି ପ୍ରମୁଖ ସହରରେ ୧୦୦ଟି ଷ୍ଟୋର ଖୋଲିବା ପାଇଁ ଲକ୍ଷ୍ୟ ରଖିଛୁ। ନୋଏଡା ଏହି କାମ ଆରମ୍ଭ ହୋଇଯାଇଛି। ଏଥିପାଇଁ ନୂଆ ଟିମ୍ ଗଠନ କରାଯାଇଛି।”

Comment