ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଉପନିର୍ବାଚନ ପାଇଁ ଗୁରୁବାର ବିଜେଡି ପ୍ରାର୍ଥୀ ଓ କଂଗ୍ରେସ ପ୍ରାର୍ଥୀ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର ଉପଜିଲ୍ଲାପାଳଙ୍କ ଅଫିସରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଓ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ୨ ପ୍ରାର୍ଥୀଙ୍କ ସହିତ ସେମାନଙ୍କ ଦଳୀୟ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ।

ବିଜେଡି ଓ କଂଗ୍ରେସ ପୂର୍ବରୁ ବୁଧବାର ବିଜେପି ପ୍ରାର୍ଥୀ ମାନସ ଦତ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଦଳୀୟ କାର୍ଯ୍ୟାଳୟ ପରିସରରୁ ତାଙ୍କ ବାପା ମଦନ ମୋହନ ଦତ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ।

ତେବେ ଆସନ୍ତା ନଭେମ୍ବର ୩ରେ ଭୋଟ ଗ୍ରହଣ କରାଯିବ। ୧୦ ତାରିଖରେ ଭୋଟ ଗଣତି ହେବ। କୋଭିଡ କଟକଣା ଭିତରେ ସୁରୁଖୁରରେ ନିର୍ବାଚନ ପରିଚାଳନା ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି।

Comment