ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଗାୟିକା ନେହା କକ୍କର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ପଞ୍ଜାବୀ ଗାୟକ ରୋହନପ୍ରିତ୍ ସିଂଙ୍କ ସହ ନିଜ ସମ୍ପର୍କ ବିଷୟରେ ଲେଖିଛନ୍ତି। ଏହା ପରଠାରୁ ବିଭିନ୍ନ ଗଣମାଧ୍ୟମରେ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ପୂର୍ବରୁ ମଧ୍ୟ ନେହା ଅନେକ ଥର ଚର୍ଚ୍ଚାକୁ ଆସିଛନ୍ତି। ଜାଣନ୍ତୁ ସେମିତି କିଛି କାରଣ ବିଷୟରେ…

ହିମାଂଶୁ କୋହଲିଙ୍କ ସହ ବ୍ରେକ୍ଅପ୍

୨୦୧୮ ମସିହାରେ ବଲିଉଡ ଅଭିନେତା ହିମାଂଶୁ କୋହଲିଙ୍କ ସହ ନେହାଙ୍କର ବ୍ରେକ୍ଅପ୍ ହୋଇଥିଲା। ଏହା ପରେ ନେହା ବହୁ ସମୟ ଧରି ଚର୍ଚ୍ଚାରେ ରହିଥିଲେ।ଡିପ୍ରେସନ୍

ହିମାଂଶୁ କୋହଲିଙ୍କ ସହ ବ୍ରେକ୍ଅପ୍ ପରେ ନେହା ଡିପ୍ରେସନ୍‌ର ଶିକାର ହୋଇଥିଲେ। ଏ ବିଷୟରେ ସେ ନିଜ ସୋସିଆଲ ନେଟଓ୍ଵର୍କିଂ ସାଇଟ୍‌ରେ ଜଣାଇଥିଲେ। ଅନେକ ଦିନ ଯାଏଁ ଏହି କଥାକୁ ନେଇ ନେହା ଚର୍ଚ୍ଚାରେ ଥିଲେ।ଆଦିତ୍ୟ ନାରାୟଣଙ୍କ ସହ ସମ୍ପର୍କ

ନିକଟରେ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ସଙ୍ଗୀତଭିତ୍ତିକ ରିୟଲିଟି ସୋ ଇଣ୍ଡିଆନ୍ ଆଇଡଲ ସିଜନ୍-୧୧ରେ ନେହା ବିଚାରକ ଥିବା ବେଳେ ଆଦିତ୍ୟ ଉପସ୍ଥାପକ ଭାବେ କାମ କରୁଥିଲେ। ଏହାରି ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ନିକଟରେ ଆଦିତ୍ୟ ଏସବୁକୁ ଗୁଜବ ବୋଲି କହିବା ପରେ ଏହି ଚର୍ଚ୍ଚାରେ ବିରାମ ଲାଗିଥିଲା।

କ୍ରାଇ ବେବି(Cry Baby) ବିବାଦ

ଏକଥା ପ୍ରାୟ ସମସ୍ତେ ଜାଣିଥିବେ ଯେ ନେହା ଟିକେ ଟିକେ କଥାରେ ଭାବୁବିହ୍ଵଳ ହୋଇପଡ଼ନ୍ତି ଏବଂ ସାଙ୍ଗେ ସାଙ୍ଗେ ତାଙ୍କ ଆଖିରୁ ଲୁହ ଝରିଯାଏ। ଏହି କାରଣ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଥରେ ପ୍ରବଳ ଟ୍ରୋଲ୍ କରାଯାଇଥିଲା। ନେହାଙ୍କୁ ‘କ୍ରାଇ ବେବି’ କହି ନେଟିଜେନ୍‌ମାନେ ଟ୍ରୋଲ୍ କରିଥିଲେ। କିନ୍ତୁ ନେହା ନିଜର ଏକ ମିମ୍‌ସ ମାଧ୍ୟମରେ ଟ୍ରୋଲରମାନଙ୍କୁ କଡ଼ା ଜବାବ ଦେଇଥିଲେ।କିସିଂ ବିବାଦ

ଇଣ୍ଡିଆନ ଆଇଡଲର ଅଡିସନ ରାଉଣ୍ଡରେ ଥରେ ଜଣେ ପ୍ରତିଯୋଗୀ ନେହାଙ୍କୁ ଜବରଦସ୍ତି ଆଲିଙ୍ଗନ କରିବା ସହ ତାଙ୍କୁ କିସ୍ କରିଥିଲା। ଏଥିରେ ନେହାଙ୍କ ସମେତ ସୋ’ର ଅନ୍ୟ ବିଚାରକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ବିବାଦ ପାଇଁ ନେହା ଅନେକ ଦିନ ଯାଏଁ ଚର୍ଚ୍ଚାରେ ଥିଲେ।

Comment