ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଘୁଚାପ ପ୍ରଭାବରେ ଲାଗି ରହିଥିବା ବର୍ଷାରେ ସବୁଠୁ ଅଧିକ ଗଞ୍ଜାମ ଜିଲ୍ଲା ପ୍ରଭାବିତ ହୋଇଛି। ଗୁରୁବାର ଜିଲ୍ଲାରେ ବର୍ଷାର ପରିମାଣ କମିଥିଲେ ମଧ୍ୟ କମିନି ଦୁର୍ଦ୍ଦଶା।

ବ୍ରହ୍ମପୁର ସହର ଉପକଣ୍ଠ ନାରାୟଣପୁରରୁ ଆଲିପୁରକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ରାସ୍ତା ଉପରେ ପାଣିର ସୁଅ ତୀବ୍ର ରହିଛି। ଫଳରେ ଲୋକେ ଏହି ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି।

ସେହିପରି ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମନ୍ତ ପାତ୍ରପୁରରେ ମଧ୍ୟ ବର୍ଷା ତାଣ୍ଡବ ରଚିଛି। ପ୍ରବଳ ବର୍ଷାରେ ପାହାଡ଼ ଉପରୁ ବହିଥିବା ପାଣି ପ୍ରଭାବରେ ରାସ୍ତା ଭାଙ୍ଗି ଯାଇଛି। କେତେକ ସ୍ଥାନରେ ପାହାଡ଼ ଧସିଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଫଳରେ ଏଠାରେ ମଧ୍ୟ ଯାତାୟତରେ ବାଧା ଉପୁଜିଛି। ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Comment