ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ପାଇଁ ଓଡ଼ିଶା ସରକାରଙ୍କ ଛୁଟି ତାଲିକା ପ୍ରକାଶ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ କିନ୍ତୁ ସରକାରୀ କର୍ମଚାରୀ ନିରୁତ୍ସାହିତ ହେବେ କାରଣ ଅଧିକାଂଶ ଛୁଟି ଶନିବାର ଓ ରବିବାର ଦିନ ପଡୁଛି।

ବିଜ୍ଞପ୍ତି ଅନୁଯାୟୀ ସରକାରୀ କର୍ମଚାରୀମାନେ ୨୦୨୧ ବର୍ଷରେ ମୋଟ ୧୦୬ ଦିନ ଛୁଟି ପାଇବେ। ଏଥିରେ ରହିଛି ୨୯ଟି ସରକାରୀ ଛୁଟି, ୮ଟି ଇଚ୍ଛାଧୀନ ଛୁଟି। ତା ଛଡ଼ା ୫୨ଟି ରବିବାର ଓ ୨୪ଟି ଦ୍ଵିତୀୟ ଶନିବାର ମଧ୍ୟ ଏଥିରେ ଅନ୍ତର୍ଗତ।

ଶନିବାର/ରବିବାର ଦିନ ପଡ଼ୁଥିବାରୁ ଯେଉଁ ସବୁ ଛୁଟି ଓଡ଼ିଶା ସରକାରୀ କର୍ମଚାରୀ ହରାଇଛନ୍ତି ସେଗୁଡ଼ିକ ହେଲା: ସୁଭାଷ ବୋଷ ଜୟନ୍ତୀ, ଦୋଳ ପୂର୍ଣ୍ଣିମା, ସ୍ୱାଧୀନତା ଦିବସ, ଝୁଲଣ ପୂର୍ଣ୍ଣିମା, ନୂଆଖାଇ ଓ ଖ୍ରୀଷ୍ଟମାସ। ଏଗୁଡ଼ିକ ଦ୍ଵିତୀୟ ଶନିବାର ଓ ରବିବାର ପଡ଼ୁଥିବାରୁ ଏହାକୁ ଛୁଟି ଦିବସ ବୋଲି ଘୋଷଣା କରାଯାଇନାହିଁ।

Comment