ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଖିଲାଡି ଷ୍ଟାର ଅକ୍ଷୟଙ୍କୁ ଏକ ନୋଟ୍‌ ଗଣିବା ମେସିନ ଉପହାର ଦେଇଛନ୍ତି କମେଡି କିଙ୍ଗ୍‌ କପିଲ ଶର୍ମା। ‘ଦ କପିଲ ଶର୍ମା’ ସୋ’ ମଞ୍ଚ ଉପରେ ଅକ୍ଷୟଙ୍କୁ ଏହି ଉପହାର ମିଳିଛି।

ପ୍ରକୃତରେ ଅକ୍ଷୟ ତାଙ୍କ ଆଗାମୀ ଫିଲ୍ମ ‘ଲକ୍ଷ୍ମୀବମ୍‌’ ପ୍ରମୋସନ ପାଇଁ କପିଲଙ୍କ ସୋ’ରେ ନଭେମ୍ବର ୧ରେ ନଜର ଆସିବେ। ତେବେ ସୋ’ ପ୍ରସାରିତ ହେବା ପୂର୍ବରୁ ଏହାର ଏକ ପ୍ରୋମୋ ରିଲିଜ ହୋଇଛି। ଯେଉଁଥିରେ କପିଲଙ୍କ ସୋ’ରେ ଅକ୍ଷୟ ଓ ଅଭିନେତ୍ରୀ କିଆରା ଆଡଭାନୀ ଖୁବ୍‌ ମସ୍ତି କରୁଥିବା ନଜର ଆସିଛନ୍ତି। ଏଥିସହିତ ତାଙ୍କୁ ବହୁ ଉପହାର ମଧ୍ୟ ମିଳୁଛି। ଏହି ଉପହାର ଭିତରେ ରହିଛି ଏକ ନୋଟ୍‌ ଗଣିବା ମେସିନ।

ଏହାକୁ ଦେଖିବା ପରେ ଅକ୍ଷୟ କହିଛନ୍ତି,‘‘କପିଲ ଏହି ଉପହାର ତାଙ୍କ ଘରୁ ଆଣି ଦେଇଛନ୍ତି। କାରଣ ଇଣ୍ଡଷ୍ଟ୍ରିର ଅଧା ପଇସା କପିଲ ହିଁ ନେଇଯାଉଛନ୍ତି’’।

କରୋନା ମହାମାରୀ କାଳରେ ଦୀର୍ଘ ଦିନ ପରେ ଅକ୍ଷୟ ଓ କପିଲଙ୍କ ଯୋଡ଼ି ଟିଭି ପରଦାରେ ଦେଖିବାକୁ ମିଳିବ। ନଭେମ୍ବର ୯ରେ ରିଲିଜ ହେବାକୁ ଥିବା ‘ଫିଲ୍ମ ଲକ୍ଷ୍ମୀବମ୍‌’ର ପ୍ରମୋସନ କରିବେ ଅକ୍ଷୟ।

Comment