ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। କୋଭିଡ୍ ଗାଇଡଲାଇନକୁ ପାଳନ କରି ପର୍ଯ୍ୟଟକମାନେ ବୁଲିପାରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପର୍ଯ୍ୟଟକମାନେ କେବଳ ପିଠାବଟା ଏବଂ କାଳିଆଣି (ଯଶିପୁର)ଦେଇ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ କରିପାରିବେ। ସେଥିପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟର ଖୋଲାରହିବ। ଅନ୍ୟପଟେ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନରେ ଜଣେ ଗାଇଡ୍ ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ପ୍ରତିଦିନ ସର୍ବାଧିକ ୩୫ଟି ଗାଡ଼ିକୁ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ଯିବାକୁ ଅନୁମତି ମିଳିବ। ଏଥିସହିତ ପର୍ଯ୍ୟଟକମାନେ www.ecotourodisha.comରେ ଆଗୁଆ ବୁକିଂ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଯାତ୍ରୀ ନିବାସରେ ରାତ୍ରିଯାପନ କରିପାରିବେ।

Comment