ଓଡ଼ିଶାଲାଇଭ୍ ବ୍ୟୁରୋ
ଗତକିଛି ଦିନ ଧରି ୟୁରୋପୀୟ ଦେଶମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଯାହାକୁ ନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ସମୟ କାଟୁଛନ୍ତି। ଏଭଳି ସମୟରେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଫ୍ରାନ୍ସ।
ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଅକ୍ଟୋବର ୩୦ ତାରିଖରେ ଫ୍ରାନ୍ସର ସେନା ମାଲିରେ ଏୟାର ଷ୍ଟ୍ରାଇକ୍ କରିଛି। ଯେଉଁଥିରେ ଆତଙ୍କବାଦୀ ସଙ୍ଗଠନ ଅଲକାଏଦାର ୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏଥିସହିତ ଫ୍ରାନ୍ସର ସେନା ଚାରିଜଣ ଆତଙ୍କବାଦୀଙ୍କୁ ଜୀବିତ ଭାବେ ଧରିଛି ବୋଲି କୁହାଯାଇଛି।ଫ୍ରାନ୍ସରେ ମହମ୍ମଦଙ୍କ କାର୍ଟୁନ ଚିତ୍ରକୁ ନେଇ ପ୍ରଥମେ ବିବାଦ ଦେଖାଦେଇଥିଲା। ଏହାପରେ ସେଠାରେ ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟିଥିଲା। ଆତଙ୍କବାଦୀମାନେ ପ୍ରଥମେ ପ୍ୟାରିସ୍ ଓ ପରେ ପରେ ନାଇସ୍ ସହରରେ ହିଂସା ଘଟାଇଥିଲେ। ଯାହାର ତୁରନ୍ତ ଜବାବ୍ ଦିଆଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କନ୍ କହିଥିଲେ।
ଆତଙ୍କବାଦୀମାନଙ୍କୁ ସଠିକ୍ ଜ୍ଞାନ ଦେବାକୁ ଯାଇ ଫ୍ରାନ୍ସ ଏହି ଏୟାର ଷ୍ଟ୍ରାଇକ୍ କରିଥିବା କୁହାଯାଉଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ସଙ୍ଗଠନର ଅନେକ କ୍ଷତି ପହଞ୍ଚିଛି।