ଓଡ଼ିଶାଲାଇଭ୍ ବ୍ୟୁରୋ

ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଗଛର ମାନ୍ୟତା ଦିଆଯାଇଛି। ଏହି ଗଛକୁ ଘରେ ଲଗାଇଲେ କେବଳ ଯେ ଶୁଭ ହୋଇଥାଏ ତା’ ନୁହେଁ ଏହା ବହୁ ପ୍ରକାର ସଂକ୍ରମଣରୁ ରକ୍ଷା କରେ। ତ୍ୱଚାକୁ ସୁନ୍ଦର କରିବା ସହିତ ବ୍ରଣ ପରି ସମସ୍ୟାରୁ ରକ୍ଷା କରେ। ଏହାଛଡ଼ା କେଶକୁ ସୁସ୍ଥ ରଖିବାରେ ବି ତୁଳସୀର ଭୂମିକା ରହିଛି। କିପରି ଏହାର ବ୍ୟବହାର କରିବେ ଜାଣି ରଖନ୍ତୁ।

-କେଶର ଶୁଷ୍କତା ଏବଂ ରୂପି ଦୂର କରିବାରେ ତୁଳସୀ ସହାୟକ ହୁଏ। ତେଣୁ ନିୟମିତ ଭାବେ ତୁଳସୀ ପତ୍ରକୁ ବାଟି କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।-ତୁଳସୀ ପତ୍ର ପରି ତୁଳସୀ ତେଲ ମଧ୍ୟ ଖୁବ୍ ଉପଯୋଗୀ। ଏହାକୁ କେଶରେ ମାଲିସ କଲେ ଖପୁରୀରେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ କେଶ ଝଡ଼ିବା ବନ୍ଦ ହୁଏ।

-ତୁଳସୀରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଯୋଗୁ କେଶର ମଇଳା ସଂପୂର୍ଣ୍ଣ ଭାବେ ସଫା ହେବା ସହ କେଶର ବୃଦ୍ଧିରେ ସହାୟକ ହୁଏ।

-କେଶ ପାଚୁଥିଲେ ମଧ୍ୟ ତୁଳସୀର ପେଷ୍ଟ ଲଗାଇବା ଉଚିତ। ଏହାଦ୍ୱାରା ଅଳ୍ପ ପାଚିଥିବା କେଶ କଳା ହେବା ସହ ଅସମୟରେ କେଶ ପାଚିବ ନାହିଁ।

Comment