ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୯୯ ମସିହାରୁ ଆଜି ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ରହିଥିବା ଭ୍ଲାଦିମିର ପୁଟିନ୍ ୨୦୨୧ ମସିହାରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ୬୮ ବର୍ଷୀୟ ଏହି ନେତା ପାର୍କିନ୍ସନ ନାମକ ଏକ ଭୟଙ୍କର ରୋଗରେ ପୀଡ଼ିତ ଥିବାରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି। ଏନେଇ ତାଙ୍କର ଗର୍ଲଫ୍ରେଣ୍ଡ ତାଙ୍କୁ ମନାଇସାରିଛନ୍ତି ବୋଲି କୁହାଯାଉଛି।

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ବର୍ତ୍ତମାନ ପାର୍କିନ୍ସନ ନାମକ ଏକ ରୋଗରେ ପୀଡ଼ିତ ଅଛନ୍ତି। ତେଣୁ ଏଭଳି ସମୟରେ ସେ କାମ କରିଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି। ତେଣୁ ତାଙ୍କୁ ତୁରନ୍ତ ରାଷ୍ଟ୍ରପତି ପଦ ଛାଡ଼ିବାକୁ ତାଙ୍କ ଗର୍ଲଫ୍ରେଣ୍ଡ ବାଧ୍ୟ କରିଛନ୍ତି। ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଏହି କଥାରେ ରାଜି ହୋଇଥିବା ଜଣାପଡ଼ିଛି।କିଛି ଦିନ ତଳେ ପୁଟିନଙ୍କ ଏକ ଭିଡିଓ ଖୁବ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ବାରମ୍ବାର ନିଜର ଗୋଡ଼ ହଲାଉଥିବା ଦେଖିବାକୁ ମିଳିଥିଲା। ଏଥିସହ ନିଜ ଚେୟାରରେ ବସିବା ସମୟରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲେ। ଯାହାକି ଏହି ଭୟଙ୍କର ପାର୍କିନ୍ସନ ରୋଗର ଏକ ପ୍ରକାର ଲକ୍ଷଣ। ତେଣୁ ପୁଟିନଙ୍କୁ ରାଷ୍ଟ୍ରପତି ଅବସର ନେଇ ବାକି ସମୟ ବିଶ୍ରାମ ନେବାକୁ ତାଙ୍କ ପରିବାର ଲୋକେ ବାଧ୍ୟ କରିଛନ୍ତି।

ପୁଟିନ୍ ଗତ ୧୯୯୯ ମସିହାରୁ ରୁଷର ରାଷ୍ଟ୍ରପତି ଅଛନ୍ତି। ୨୦୧୮ ମସିହାରେ ସେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୨୪ ପର୍ଯ୍ୟନ୍ତ ରୁଷର ରାଷ୍ଟ୍ରପତି ରହିବେ ବୋଲି ଜଣାପଡ଼ିଥିଲା। ହେଲେ ଏବେ ଶାରିରୀକ ଅସୁସ୍ଥତା କାରଣରୁ ସେ ଏହି ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି।

Comment