ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ପୋଷାକ ଓ ମେକ୍‌ଅପ୍ ସହିତ ଓ୍ଵାକ୍ସିଂ, ମେନିକ୍ୟୋର, ପେଡିକ୍ୟୋର ମଧ୍ୟ କରାଇଥାନ୍ତି। କିନ୍ତୁ ବେଳେ ବେଳେ ଟିକିଏ ଅସାବଧାନତା ହେତୁ ତ୍ଵଚା ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ତେଣୁ ଯଦି ଆପଣ ଓ୍ଵାକ୍ସିଂ, ମେନିକ୍ୟୋର କିମ୍ବା ପେଡିକ୍ୟୋର କରୁଛନ୍ତି ତେବେ ଆପଣଙ୍କୁ କିଛି କଥା ଧ୍ୟାନରେ ରଖିବାକୁ ପଡ଼ିବ।

ମାସକୁ ଥରେ ଓ୍ଵାକ୍ସିଂ କରନ୍ତୁ

ମାସକୁ କେବଳ ଥରେ ଓ୍ଵାକ୍ସିଂ କରନ୍ତୁ। ବାରମ୍ବାର ଓ୍ଵାକ୍ସିଂ କରିବା ଦ୍ଵାରା ତ୍ଵଚା ଉପରେ ଏହାର କୁ-ପ୍ରଭାବ ପଡ଼ିଥାଏ। ସେହିପରି ଲୋମ ଛୋଟ ଥିଲେ ଓ୍ଵାକ୍ସିଂ କରିବା ଉଚିତ ନୁହେଁ। ତେଣୁ ଲୋମ ଅଧା ଇଞ୍ଚ୍‌ରୁ ଅଧିକ ହେବା ପରେ ଓ୍ଵାକ୍ସିଂ କରନ୍ତୁ।ଲୋସନ ବ୍ୟବହାର କରନ୍ତୁ ନାହିଁ

ଓ୍ଵାକ୍ସିଂ କରିବା ପୂର୍ବରୁ ଓ ପରେ ଲୋସନ ଲଗାନ୍ତୁ ନାହିଁ। ଏଥିସହ ନିଜ ସ୍କିନ୍ ଟୋନ୍ ଅନୁସାରେ ହିଁ ଓ୍ଵାକ୍ସିଂ ପ୍ରଡକ୍ଟ ବ୍ୟବହାର କରନ୍ତୁ।

ଗରମ ଟାଓ୍ଵେଲ ବ୍ୟବହାର କରନ୍ତୁ ନାହିଁ

ପେଡିକ୍ୟୋର କରିବା ପରେ ଯଦି ପାଦ ଜଳାପୋଡ଼ା ହୁଏ ତେବେ ଗରମ ଟାଓ୍ଵେଲ ସାହାଯ୍ୟରେ ଆରାମ ପାଇପାରିବେ। ଟାଓ୍ଵେଲକୁ ଉଷୁମ ପାଣିରେ ବୁଡ଼ାଇ ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଏବେ ତାହାକୁ ପାଦ ଉପରେ କିଛି ସମୟ ପର୍ଯ୍ୟନ୍ତ ଘୋଡ଼ାଇ ଦିଅନ୍ତୁ। ଜଳାପୋଡ଼ା କମ୍ ହେବା ସହ ଆରାମ ଲାଗିବ।ନଖକୁ ଭଲ ଭାବେ ସଫା କରନ୍ତୁ

ନେଲ୍ ପଲିସ୍ ଲଗାଇବା ପୂର୍ବରୁ ପ୍ରଥମେ ନଖକୁ ଭଲ ଭାବେ ସଫା କରନ୍ତୁ। ଏଥିପାଇଁ ବଜାରରେ ଭଲ ନେଲ୍ ପଲିସ୍ ରିମୁଭର ମଧ୍ୟ ମିଳୁଛି। ଏହାକୁ ବ୍ୟବହାର କରିପାରିବେ।

ଓ୍ଵାକ୍ସକୁ ବେଶୀ ଗରମ କରନ୍ତୁନି

ଓ୍ଵାକ୍ସ ସବୁବେଳେ ଗରମ କରି ଲଗାଯାଏ। କିନ୍ତୁ ଅଧିକ ଗରମ କରିବା ଦ୍ଵାରା ଓ୍ଵାକ୍ସ ଜଳିଯାଏ। ଫଳରେ ତ୍ଵଚା ପୋଡ଼ିଯିବାର ଭୟ ଥାଏ। ତେଣୁ ଓ୍ଵାକ୍ସକୁ ବେଶୀ ଗରମ କରନ୍ତୁ ନାହିଁ। ଓ୍ଵାକ୍ସିଂ କରିବା ପରେ ଆଣ୍ଟିସେପ୍ଟିକ୍ କ୍ରିମ ନିହାତି ଭାବେ ଲଗାନ୍ତୁ।

Comment