ଓଡ଼ିଶାଲାଇଭ୍ ବ୍ୟୁରୋ

ନିଆଁରେ ପୋଡ଼ି ହୋଇ ଓଡ଼ିଶା ସ୍ଵତନ୍ତ୍ର ସଶସ୍ତ୍ର ପୋଲିସ ବଳର ୩ ଜଣ ଯବାନ ଗୁରୁତର ହୋଇଛନ୍ତି। ଭଦ୍ରକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁତରମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ନିଆଁ ଲାଗି ଯବାନମାନଙ୍କ ଶରୀରର ଅନେକ ଅଂଶ ପୋଡ଼ିଯାଇଛି। ଏହି ଓଏସ୍‌ଏପି ଯବାନମାନେ ବାରିପଦା ୫ମ ବାଟାଲିୟନର ବୋଲି ଜଣାପଡ଼ିଛି।

ଗତକାଲି ରାତିରେ ସେମାନେ ପୁରୁଣା ବଜାର ଥାନାରେ ଡ୍ୟୁଟି କରୁଥିଲେ। ଏହି ସମୟରେ ମଶା ଧୂପରୁ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Comment