ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ସଦର ଥାନା ଦେବୀଘାଟ ପଞ୍ଚାୟତ ଧଉଡା ପଦର ଗ୍ରାମରେ ଘଟିଛି ଏକ ବର୍ବର ହତ୍ୟାକାଣ୍ଡ।  ମଦ ନିଶାରେ ସ୍ତ୍ରୀର ଗଳାକୁ କାଟି ଦୁଇ ଖଣ୍ଡ କରିଛି ସ୍ୱାମୀ। ଅଭିଯୁକ୍ତ ବ୍ୟକ୍ତିଜଣକ ହେଉଛନ୍ତି ସେହି ଅଞ୍ଚଳର କାର୍ତ୍ତିକ ଟାକରି। ପାରିବାରିକ କଳହରୁ ଏପରି କାଣ୍ଡ ଘଟିଥିବା କୁହାଯାଇଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ଧଉଡା ପହର ଗାଁର କାର୍ତ୍ତିକ ପ୍ରତିଦିନ ମଦ ପିଇ ସ୍ତ୍ରୀ ପାର୍ବତୀଙ୍କ ସହ ଝଗଡ଼ା କରିଥାଏ। ରବିବାର ବିଳମ୍ବିତ ରାତିରେ ମଧ୍ୟ ସେମାନଙ୍କ ମଧ୍ୟରେ ମଦ ପିଇବାକୁ ନେଇ ବଚସା ହୋଇଥିଲା। ଏହାପରେ କାର୍ତ୍ତିକ ରାଗିଯାଇ ସ୍ତ୍ରୀ ପାର୍ବତୀଙ୍କୁ ହତ୍ୟା କରିଥିଲା। କାର୍ତ୍ତିକର ଏପରି ଉଗ୍ର ରୂପ ଦେଖି ସାହି ପଡିଶା ଲୋକେ ମଧ୍ୟ ଭୟଭିତ ହୋଇଯାଇଥିଲେ। କବାଟ ଦେଇ ସ୍ତ୍ରୀକୁ ମାରଣା ଅସ୍ତ୍ରରେ ନିର୍ମମଭାବେ ହତ୍ୟା କରିଥିଲା କାର୍ତ୍ତିକ। ଏହି ସମୟରେ ତାଙ୍କର ୨ମାସର ଶିଶୁ ଚିତ୍କାର କରୁଥିବାର କହିଛନ୍ତି ସ୍ଥାନୀୟଲୋକେ।

ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ କାର୍ତ୍ତିକକୁ ଗିରଫ କରିଥିବା ବେଳେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଥିବା ସୂଚନା ମିଳିଛି। ଏନେଇ କୋରାପୁଟ ସଦର ଥାନାରେ ୩୦୨ ଦଫାରେ କେସ୍ ନଂ-୧୨୬/୨୦ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ପୋଲିସ ତଦନ୍ତ କରୁଛି। ପାର୍ବତୀଙ୍କର ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖାଯିବା ସହ ଅଭିଯୁକ୍ତ କାର୍ତ୍ତିକକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comment