ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ବିଜେଡି ୧୦୫୪ ଭୋଟରେ ଆଗୁଆ ରହିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୭୧୨୮ ଭୋଟ ମିଳିଥିଲା ବେଳେ ବିଜେପିକୁ ୬୦୭୪ ଭୋଟ ମିଳିଛି। ସେହିପରି କଂଗ୍ରେସକୁ ୯୪୦ ଭୋଟ ମିଳିଛି।

ମଙ୍ଗଳବାର ସକାଳ୮ଟାରୁ ଭୋଟ ଗଣିତ ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣିତ ହେବା ପରେ ଇଭିଏମ୍‌ ଭୋଟ ଗଣତି ଚାଲିଛି। ପୋଷ୍ଟାଲ ବାଲାଟ ଗଣତି ପରେ ମଧ୍ୟ ବିଜେଡି ଆଗରେ ରହିଥିଲା।

ଗତ ୩ ତାରିଖରେ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲା। ବାଲେଶ୍ୱରରେ ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ, ଓ କଂଗ୍ରେସରୁ ମମତା କୁଣ୍ଡୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Comment