ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ସମୟର ଅପେକ୍ଷା ପରେ କିଏ ଜିତିବେ ବାଲେଶ୍ୱର ବିଧାନସଭା ଆସନ ତାହା ଜଣାପଡ଼ିବ। କିନ୍ତୁ ବର୍ତ୍ତମାନର ଚିତ୍ର ଅନୁସାରେ ବାଲେଶ୍ୱରରେ ବିଜେଡିର ବିଜୟ ହେବ ବୋଲି କୁହାଯାଇପାରେ। କାରଣ ଭୋଟ ଗଣତିର ୨୦ ରାଉଣ୍ଡ ସୁଦ୍ଧା ୬୮୫୦ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗରେ ରହିଛନ୍ତି। ସ୍ୱରୂପ ଦାସଙ୍କୁ ୬୫, ୪୦୫ ଭୋଟ ମିଳିଛି।

ସେହିପରି ବିଜେପିକୁ ୫୮, ୫୫୫ ଭୋଟ ମିଳିଥିଲା ବେଳେ କଂଗ୍ରେସକୁ ୪୧୪୮ ମିଳିଛି। ଯଦି ପରବର୍ତ୍ତୀ ରାଉଣ୍ଡରେ ମଧ୍ୟ ଏହି ଟ୍ରେଣ୍ଡ ରହେ ତେବେ ବାଲେଶ୍ୱର ଆସନରେ ବିଜେଡି ଜିତିବ।

ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣିତ ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣନା ହେବା ପରେ ଇଭିଏମ୍‌ ଭୋଟ ଗଣନା ଆରମ୍ଭ ହୋଇଥିଲା। ମାତ୍ର ପ୍ରଥମ ରାଉଣ୍ଡରୁ ୧୯ ରାଉଣ୍ଡ ଯାଏଁ ବିଜେଡି ଆଗରେ ରହିଛି।

ଗତ ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲାବାଲେଶ୍ୱରରେ  ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ, ଓ କଂଗ୍ରେସରୁ ମମତା କୁଣ୍ଡୁ, ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କର କ୍ରେଜ ମଧ୍ୟ ରହିଛି।

Comment