ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଏବେ ଜାରି ରହିଛି। ତେବେ ଗଣତିର ପ୍ରଥମ ରାଉଣ୍ଡରେ ବିଜେଡି ଆଗରେ ରହିଛି।

ବିଜେଡିକୁ ପ୍ରଥମ ରାଉଣ୍ଡରେ ୩,୮୫୨ଟି ଭୋଟ ମିଳିଥିବା ବେଳେ ବିଜେପିକୁ ୨,୭୭୪ ଓ କଂଗ୍ରେସକୁ ୪୪୨ ଖଣ୍ଡ ଭୋଟ ମିଳିଛି।

ତିର୍ତ୍ତୋଲର ଏସଭିଏମ କଲେଜ ପରିସରରେ ଆଜି ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଉପନିର୍ବାଚନ ପାଇଁ ବିଜେଡିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି।

Comment