ଆଜି ଆସିବ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ଫଳାଫଳ। ବିଜେଡି, ବିଜେପି, କଂଗ୍ରେସ କିଏ ଏହି ଦୁଇଟି ବିଧାନସଭା ଆସନରେ ବିଜୟ ଲାଭ କରିବ ତାହା ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ। ଏଥିପାଇଁ ସକାଳ ୮ଟାରୁ କୋଭିଡ କଟକଣା ଭିତରେ କଡ଼ା ସୁରକ୍ଷାରେ ଭୋଟ ଗଣତି ଚାଲିଛି।

ବାଲେଶ୍ୱରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି ହେଉଥିବା ବେଳେ ତିର୍ତ୍ତୋଲ ପାଇଁ ଜଗତସିଂହପୁର ଏସଭିଏମ କଲେଜ ପରିସରରେ ଭୋଟ ଗଣତି ଚାଲିଛି। ପ୍ରଥମେ ପୋଷ୍ଟାଲ ଭୋଟର ଗଣତି କରାଯାଉଛି ଏବଂ ଏହାପରେ ଇଭିଏମ ଭୋଟ ଗଣତି କରାଯିବ ବୋଲି ଜଣାପଡ଼ିଛି।

ଗତ ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲାବାଲେଶ୍ୱରରେ  ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ, ଓ କଂଗ୍ରେସରୁ ମମତା କୁଣ୍ଡୁ, ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଠାରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କର କ୍ରେଜ ମଧ୍ୟ ରହିଛି।

ସେହିପରି ତିର୍ତ୍ତୋଲରେ ବିଜେଡି ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା ଓ କଂଗ୍ରେସରୁ ହିମାଂଶୁ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Comment