ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରରେ ପୋଷ୍ଟାଲ ବାଲାଟ ଭୋଟ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ପୋଷ୍ଟାଲ ବାଲାଟରେ ମୋଟ ୭ ହଜାର ୧୮୪ ଭୋଟରୁ ବିଜେଡିକୁ ୩୪୨୭ ଭୋଟ ମିଳିଥିଲା ବେଳେ ବିଜେପିକୁ ୨୮୧୩ ଭୋଟି ମିଳିଛି। ଅନ୍ୟପଟେ କଂଗ୍ରେସକୁ ମିଳିଛି ୯୫୫ ଭୋଟ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଥମେ ପୋଷ୍ଟାଲ ଭୋଟର ଗଣତି କରାଯାଇଥିଲା। ଏହାପରେ ଇଭିଏମ ଭୋଟ ଗଣତି ଆରମ୍ଭ ହୋଇଛି। ଇଭିଏମ୍‌ ଭୋଟ ଗଣତି ପରେ ବାଲେଶ୍ୱରରେ କାହା ସପକ୍ଷରେ ଜନତାଙ୍କ ରାୟ ଯାଇଛି ତାହା ସ୍ପଷ୍ଟ ହେବ।

ଗତ ୩ ତାରିଖରେ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଥିଲାବାଲେଶ୍ୱରରେ ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୁପ ଦାସ, ଓ କଂଗ୍ରେସରୁ ମମତା କୁଣ୍ଡୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Comment