ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଟେନିସ୍ ତାରକା ସାନିଆ ମିର୍ଜା ଆଜି ୩୪ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୯୮୬ ମସିହାରେ ଆଜିର ଦିନରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସାନିଆ। ଜନ୍ମଦିନରେ ସ୍ୱାମୀ ଶୋଏବ ମଲ୍ଲିକ ସାନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଆପଣ ଜାଣନ୍ତି କି ଟେନିସ ତାରକା ସାନିଆ କ୍ରିକେଟ ତାରକା ସୋଏବ ମଲ୍ଲିକଙ୍କ ପ୍ରେମରେ କେମିତି ପଡ଼ିଥିଲେ?

ଟେନିସ ତାରକା ସାନିଆଙ୍କ ବ୍ୟକ୍ତିଗତ ଜୀବନ କୌଣସି ଫିଲ୍ମର କାହାଣୀଠାରୁ କମ୍‌ ନୁହେଁ। ସେ ସବୁବେଳେ କିଛି ନା କିଛି କାରଣରୁ ବିବାଦ ଘେରାରେ ରହିଥାନ୍ତି। ୨୦୦୯ରେ ପିଲାଦିନର ବନ୍ଧୁ ସୋହରାବଙ୍କ ସହ ନିର୍ବନ୍ଧ ଭାଙ୍ଗିଯିବା ପରେ ସାନିଆଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ସେ ସମୟରେ ତାଙ୍କ ଖେଳ କ୍ୟାରିୟର ଓ ବ୍ୟକ୍ତିଗତ ଜୀବନ ବହୁତ ଖରାପ ସମୟ ଦେଇ ଗତି କରୁଥିଲା। ମାତ୍ର ସେହି ସମୟରେ ତାଙ୍କ ଜୀବନରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ ଆସିଥିଲେ।  ଶୋଏବଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ସାନିଆଙ୍କ ବାୟୋଗ୍ରାଫିରେ ଲେଖାଯାଇଛି।

ସାନିଆ ପ୍ରଥମେ ଅଷ୍ଟ୍ରେଲିଆରେ ଶୋଏବଙ୍କୁ ଭେଟିଥିଲେ। ଏହାପରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଉଭୟଙ୍କ ସମ୍ପର୍କ ଟିକିଏ ଆଗେଇବା ପରେ ୨୦୧୦ରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଖବର ପ୍ରକାଶ ପାଇବା ପରେ ଉଭୟ ଭାରତ ଓ ପାକିସ୍ତାନରେ ଘୋର ବିବାଦ ଦେଖାଯାଇଥିଲା। ଶେଷରେ ୨୦୧୦ ଏପ୍ରିଲ ମାସରେ ଭାରତର ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ। ତାଙ୍କ ବିବାହ ଖେଳ ଇତିହାସର ସବୁଠାରୁ ବିବାଦୀୟ ବିବାହ।

କୁହାଯାଉଥିଲା କି ସୋଏବ ପୂର୍ବରୁ ହାଇଦ୍ରାବାଦର ଏକ ଯୁବତୀ ସହ ବିବାହ କରିଥିଲେ। ଏହାକୁ ପରେ ସୋଏବ ମନା କରିଥିଲେ। ବର୍ତ୍ତମାନ ସୋଏବ ଓ ସାନିଆଙ୍କ ବୈବାହିକ ଜୀବନ ଖୁସିମୟ ରହିଛି। ତାଙ୍କର ଏକ ପୁତ୍ର ସନ୍ତାନ ରହିଛି।

LEAVE A REPLY

Please enter your comment!
Please enter your name here