ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଅଧୀନ ପାଇପଲାଇନ ଡିଭିଜନ୍‌ରେ ବିଭିନ୍ନ ଟ୍ରେଡ୍ ଏବଂ ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଘୋଷଣା ହୋଇଛି। ଆଶାୟୀ ପ୍ରାର୍ଥୀମାନେ ନଭେମ୍ଵର ୨୨ ସୁଦ୍ଧା ଅନଲାଇନ୍‌ ଜରିଆରେ ଆବେଦନ କରିପାରିବେ।

ଆବେଦନ ଆରମ୍ଭ – ୪ ନଭେମ୍ଵର ୨୦୨୦

ଆବେଦନ ଶେଷ – ୨୨ ନଭେମ୍ଵର ୨୦୨୦

ପଦବୀ ନାମ ଓ ସଂଖ୍ୟା

  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ – ୪୫୮ଟି
  • ଡାଟା ଏଣ୍ଟ୍ରି ଅପରେଟର – ୨୪ଟି

ବୟସ ସୀମା

  • ସର୍ବନିମ୍ନ ୧୮ ବର୍ଷ
  • ସର୍ବାଧିକ ୨୪ ବର୍ଷ

ଶିକ୍ଷାଗତ ଯୋଗ୍ୟତା

  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ମେକାନିକାଲ) – ମେକାନିକାଲ୍ କିମ୍ଵା ଅଟୋମୋବାଇଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଇଲେକ୍ଟ୍ରିକାଲ୍) – ଇଲେକ୍ଟ୍ରିକାଲ୍‌ କିମ୍ଵା ଇଲେକ୍ଟ୍ରୋନିକ୍‌ସ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଟେଲେକମ୍ୟୁନିକେସନ ଏବଂ ଇନ୍‌ଷ୍ଟ୍ରୁମେଣ୍ଟେସନ୍) – ଇଲେକ୍ଟ୍ରୋନିକ୍‌ସ ଏବଂ କମ୍ୟୁନିକେସନ କିମ୍ଵା ଇନ୍‌ଷ୍ଟ୍ରୁମେଣ୍ଟେସନ୍ ଏବଂ କଣ୍ଟ୍ରୋଲ୍‌ ପାଠ୍ୟକ୍ରମରେ ଡିପ୍ଲୋମା କରିଥିବା ଆବଶ୍ୟକ।
  • ଟେକ୍ନିସିଆନ୍ ଆପ୍ରେଣ୍ଟିସ୍ (ଆସିଷ୍ଟାଣ୍ଟ ହ୍ୟୁମାନ ରିସୋର୍ସ) – ବ୍ୟାଚେଲର ଡିଗ୍ରୀ କରିଥିବା ଆବଶ୍ୟକ।
  • ଟ୍ରେଡ୍ ଆପ୍ରେଣ୍ଟିସ୍ (ଆକାଉଣ୍ଟ) – ବାଣିଜ୍ୟରେ ସ୍ନାତକ କରିଥିବା ଆବଶ୍ୟକ।
  • ଡାଟା ଅପରେଟର (ଫ୍ରେସର୍‌ସ ଆପ୍ରେଣ୍ଟିସ୍) – ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଡୋମେଷ୍ଟିକ୍‌ ଡାଟା ଏଣ୍ଟ୍ରି ଅପରେଟର (ସ୍କିଲ୍ ପ୍ରମାଣପତ୍ର ଧାରୀ) – ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସହ ଡୋମେଷ୍ଟିକ୍‌ ଡାଟା ଏଣ୍ଟ୍ରି ଅପରେଟର ପାଠ୍ୟକ୍ରମରେ ପ୍ରମାଣପତ୍ର ହାସଲ କରିଥିବା ଆବଶ୍ୟକ।

ଅଧିକ ଜାଣିବା ପାଇଁ କ୍ଲିକ୍ କରନ୍ତୁ।

Comment