ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି। ଉଭୟ ନେତା ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ ଆଲୋଚନା କରିଛନ୍ତି। ଏହାସହ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି।

ବାଇଡେନ ମଧ୍ୟ ଭାରତ ସହିତ ବନ୍ଧୁତାକୁ ଆହୁରି ଆଗକୁ ନେବାକୁ ଚାହୁଁଥିବା କହିଛନ୍ତି। ମୋଦୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବାଇଡେନଙ୍କ ବିଜୟ ପରେ ମୋଦୀ ପ୍ରଥମ ଥର ପାଇଁ ତାଙ୍କ ସହ ଫୋନରେ କଥା ହୋଇଛନ୍ତି। ଏହି ଅବସରରେ ସେ ବାଇଡେନଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ଏହାସହ ଆମେରିକାର ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ମଧ୍ୟ ସେ ଅଭିନନ୍ଦନ ଜଣାଇଛନ୍ତି।

ମୋଦୀ କହିଛନ୍ତି, ‘‘କମଳା ହାରିସଙ୍କ ସଫଳତା ଭାରତୀୟ ଆମେରିକୀୟ ଲୋକଙ୍କ ପାଇଁ ଗର୍ବ  ଏବଂ ପ୍ରେରଣାର ବିଷୟ”।

Comment