ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀରେ ମାସ୍କ ନପିନ୍ଧି ଧରାପଡ଼ିଲେ ଏବେ ଗଣିବାକୁ ପଡ଼ିବ ୨ ହଜାର ଟଙ୍କା ଫାଇନ୍। କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଦିଲ୍ଲୀ ସରକାର ଏହି ନିୟମ ଜାରି କରିଛନ୍ତି।

ପୂର୍ବରୁ ଦିଲ୍ଲୀରେ ମାସ୍କ ନପିନ୍ଧିଲେ ଅମାନିଆଙ୍କୁ ୫ ଶହ ଟଙ୍କା ଜରିମାନା ଦେବାକୁ ପଡୁଥିଲା। ଏବେ କିନ୍ତୁ ଏହି ଫାଇନକୁ ବଢ଼ାଇ ଦିଆଯାଇଛି। ଏବେ ଯଦି କୌଣସି ଲୋକ ଦିଲ୍ଲୀର ମାସ୍କ ନପିନ୍ଧି ଧରାପଡ଼େ, ତେବେ ତାକୁ ୨ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି।

ଏଥିସହିତ ଚଳିତବର୍ଷ ଲୋକମାନେ ଘରେ ବସି ଛଟ୍ ପୂଜା କରିବାକୁ କେଜରିୱାଲ ଅନୁରୋଧ କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଦିଲ୍ଲୀ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।delhi coronaଗତ କିଛି ଦିନ ହେଲା ଦିଲ୍ଲୀରେ ଶୀତ ଓ ପ୍ରଦୁଷଣ ବଢୁଥିବା ଦେଖିବାକୁ ମିଳୁଛି। ଏହାର ଫଳସ୍ୱରୂପ କରୋନା ସଂକ୍ରମଣ ମଧ୍ୟ ବଢ଼ିବାରେ ଲାଗିଛି। ପ୍ରତିଦିନ ୭ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ପ୍ରତି ଘଣ୍ଟାରେ ୪ ଜଣ ଆକ୍ରାନ୍ତ ପ୍ରାଣ ହରାଉଥିବା ସୂଚନା ରହିଛି। ଏହାସହ ଆଗକୁ ଛଟ ପୂଜା ଆସୁଥିବାରୁ ସତର୍କତା ଅବଲମ୍ବନ ନକଲେ ଏହାର ପରିମାଣ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।

ଅନ୍ୟପଟେ ଦିଲ୍ଲୀର ସବୁ ହସ୍ପିଟାଲରେ ୮୦ ପ୍ରତିଶତ ବେଡ୍ କରୋନା ରୋଗୀଙ୍କ ପାଇଁ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆଇସିୟୁ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Comment