ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜଙ୍କୁ ଦିଆଗଲା କରୋନା ଟିକା କୋଭାକ୍ସିନ। ଶୁକ୍ରବାର କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ସମୟରେ ତାଙ୍କୁ ଏହି ଟିକା ଦିଆଯାଇଛି।

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆଜିଠୁ ହରିୟାଣାରେ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀଙ୍କୁ ପରୀକ୍ଷାମୂଳକ ଭାବେ କରୋନା ଟିକା ଦିଆଯିବ। ଏହି ସ୍ୱେଚ୍ଛାସେବୀଙ୍କ ଲିଷ୍ଟରେ ମନ୍ତ୍ରୀ ଅନିଲ୍ ବିଜ ମଧ୍ୟ ସାମିଲ ଥିଲେ।ମିଳିଥିବା ସୂଚନା ମୁତାବକ, ଏହି କରୋନା ଟିକାର ଦୁଇଟି ଡୋଜ୍ ସ୍ୱେଚ୍ଛସେବୀମାନଙ୍କୁ ଦିଆଯିବ। ପ୍ରଥମ ଡୋଜ୍ ଦିଆଯିବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ। ଏହାପରେ ସେମାନଙ୍କ ପାଖରେ ଆଣ୍ଟିବଡ଼ି ପ୍ରସ୍ତୁତ ହେଉଛି କି ନାହିଁ ତାହା ଲକ୍ଷ୍ୟ କରାଯିବ।

ସୂଚନାଯୋଗ୍ୟ, ଭାରତ ବାୟୋଟେକ୍ କମ୍ପାନି ଓ ଆଇସିଏମ୍ଆରର ମିଳିତ ପ୍ରୟାସରେ କୋଭାକ୍ସିନ ଟିକା ପ୍ରସ୍ତୁତ କରାଯାଉଛି। ଯାହାର ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହି ଟିକା ସଫଳ ହେଲେ କରୋନାକୁ ସହଜରେ ପରାସ୍ତ କରିହେବ ବୋଲି କୁହାଯାଉଛି।

Comment