ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆସିଲା ସ୍ୱଦେଶୀ ଆପ୍‌ ଟୁଟର
  • ଟୁଇଟରକୁ ଦେବ ଟକ୍କର
  • ମେଡ୍‌ ଇନ୍‌ ଇଣ୍ଡିଆକୁ କରିବ ପ୍ରୋତ୍ସାହିତ

ଆମେରିକାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟୁଇଟର’କୁ ଟକ୍କର ଦେବ ଭାରତର ‘ଟୁଟର’।  ଏହାକୁ ସ୍ୱଦେଶୀ ଆନ୍ଦୋଳନ ୨.୦ ବୋଲି କୁହାଯାଉଛି। ତେବେ ଏହି ସ୍ୱଦେଶୀ ଆପ୍‌ ଟୁଟରର କ’ଣ ବଶେଷତା ରହିଛି ଓ ଏହାକୁ କିପରି ବ୍ୟବାହାର କରିବେ ଆସନ୍ତୁ ଜାଣିବା।

ଟୁଟର କ’ଣ?

ଟୁଟର ଟୁଇଟର ଭଳି ଏକ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ। ଏହାର about page ରେ କୁହାଯାଇଛି, ‘‘ଭାରତର ଏକ ସ୍ୱଦେଶୀ ସୋସିଆଲ ନେଟଓ୍ୱାର୍କ ରହିବା ଦରକାର। ଗୋଟିଏ ବିନା ଆମେରିକାନ ଡିଜିଟାଲ କଲୋନିରେ ରହୁଛୁ। ଏଥିରେ ଓ ବ୍ରିଟଶ ଇଣ୍ଡିଆ କମ୍ପାନିରେ କିଛି ଫରକ ନାହିଁ। ଏବେ କିନ୍ତୁ ଆମ ପାଖରେ ସ୍ୱଦେଶୀ ନେଟଓ୍ୱାର୍କ ରହିଛି। ଆସନ୍ତୁ ଏଥିରେ ଯୋଡ଼ି ହୁଅନ୍ତୁ’’।

ତେବେ ଟୁଟର ପାଇଁ ଜୁନ୍‌ ଜୁଲାଇ ମାସରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଯେମିତି ଟୁଇଟରରେ ଟୁଇଟ୍‌ସ କରାଯାଏ ଠିକ୍‌ ସେମତି ଟୁଟରରେ ଟୁଟ୍‌ସ କରାଯାଏ। ଏହାର କଲର କମ୍ବିନେସନ ମଧ୍ୟ ଟୁଇଟର ଭଳି ବ୍ଲୁ ଓ ହ୍ୱାଇଟ ରହିଛି।

ଟୁଟରରେ କିଏ ଅଛନ୍ତି?

ସାଧାରଣ ଲୋକଙ୍କ ସମେତ ଟୁଟରରେ ନେତା ଓ ସେଲିବ୍ରିଟି ମଧ୍ୟ ଅଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ଆକାଉଣ୍ଟ ସମେତ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆକାଉଣ୍ଟ ମଧ୍ୟ ଏଠାରେ ଦେଖିବାକୁ ମିଳିଛି। ବିଜେପିର ଅଫିସିଆଲ୍ ଆକାଉଣ୍ଟ ମଧ୍ୟ ଏହି ପ୍ଲାଟଫର୍ମରେ ଅଛି।  ଅଭିଷେକ ବଚ୍ଚନ ଏବଂ ବିରାଟ କୋହଲି ମଧ୍ୟ ଏଠାରେ ଅଛନ୍ତି।

ଆପଣ ଏଠାରେ କଣ କରିପାରିବେ?

ଜଣେ ବ୍ୟବହାରକାରୀ ଟୁଇଟର ଯାହାସବୁ କରିପାରନ୍ତି  ସେହି ସବୁ କାମ ଟୁଟରରେ ମଧ୍ୟ କରାଯାଇପାରିବ। ଏହାର ଡିଜାଇନ ମଧ୍ୟ ଟୁଇଟର ଭଳି କରାଯାଇଛି। ଏହାଦ୍ୱାରା ବ୍ୟବହାରକାରୀ ଟୁଟରକୁ ଟୁଇଟର ଭଳି ଅନୁଭବ କରିବେ। ଏଠାରେ ପ୍ରୋଫାଇଲ୍, ନ୍ୟୁଜ୍ ଫିଡ୍, ଫଲୋ ପିପୁଲ, ଟୁଟ୍, ଭଳି ଅପ୍ସନ ପାଇପାରିବେ। ଏହାଛଡ଼ା ଆପଣ ଏଠାରେ ଟୁଇଟର ଚଢ଼େଇ ନୁହେଁ ବରଂ ଶଙ୍ଖ ଦେଖିପାରିବେ।

କିପରି ଯୋଡ଼ି ହେବେ?

ସ୍ୱଦେଶୀ ଆପ୍‌ ଟୁଟରରେ ଯୋଡ଼ି ହେବାକୁ ହେଲେ ଆପଣଙ୍କୁ ପ୍ଲେ ଷ୍ଟୋରକୁ ଯାଇ ଏହି ଆପ୍‌ ଡାଉନଲୋଡ କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଆଇଫୋନ୍ ବ୍ୟବହାରକାରୀମାନେ ନିରାଶ ହେବେ କାରଣ ଆଇଫୋଡ଼ ଆପ୍ ଷ୍ଟୋର୍‌ରେ ଏହି ଆପ୍‌ ଉପଲବ୍ଧ ନାହିଁ।

ଆପ୍ ଡାଉନଲୋଡ୍ କରିବା ପରେ ଆପଣଙ୍କୁ ଇମେଲ୍ ଆଇଡି ଭଳି କିଛି ମନୋନୀତ ସୂଚନା ପୂରଣ କରିବାକୁ ପଡିବ, ଏକ ପାସୱାର୍ଡ ଏବଂ ନୂତନ ବ୍ୟବହାରକାରୀ ନାମ ସୃଷ୍ଟି କରିବାକୁ ପଡ଼ିବ। ଏହା ପରେ ଆପଣ ସାଇନ୍ ଅପ୍ କରିପାରିବେ। ଏହାପରେ ବ୍ୟବହାର କରିପାରିବେ।

LEAVE A REPLY

Please enter your comment!
Please enter your name here