ଓଡ଼ିଶାଲାଇଭ୍ ବ୍ୟୁରୋ

  • ୨୪ ଘଣ୍ଟାରେ ରାଜ୍ୟରୁ ୩୯୩ ପଜିଟିଭ୍ ଚିହ୍ନଟ
  • ଆଖିବୁଜିଲେ ଆଉ ୬ କରୋନା ଆକ୍ରାନ୍ତ 
  • ରାଜ୍ୟରେ ଏବେ ବି ୪୧୦୨ ଜଣ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହେଲେ ୩୯୩ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ଟପିଛି। ଅନ୍ୟପଟେ ଗତକାଲି ରାଜ୍ୟରେ ଆଉ ୬ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ରବିବାର ମିଳିଥିବା ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟା ଭିତରେ କ୍ୱାରେଣ୍ଟାଇନରୁ ୨୨୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୁଳରୁ ୧୫, କଟକରୁ ୨୫, କଳାହାଣ୍ଡିରୁ ୨୭, କଟକରୁ ୨୫, ଖୋର୍ଦ୍ଧାରୁ ୪୯, ମୟୂରଭଞ୍ଜରୁ ୩୨ ଓ ସୁନ୍ଦରଗଡ଼ରୁ ୪୫ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ଅନ୍ୟ ଜିଲ୍ଲାରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୧୯୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୫ ହଜାର ୨୭୦ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୪୧୦୨ ଜଣ ସଂକ୍ରମିତ ସକ୍ରିୟ ଅଛନ୍ତି। ଅନ୍ୟପଟେ ଆଜିର କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କୋଭିଡ୍ ମୃତ୍ୟୁ ବି ୧୭୭୧କୁ ବୃଦ୍ଧି ପାଇଛି।

Comment