ଓଡ଼ିଶାଲାଇଭ୍ ବ୍ୟୁରୋ
- ଆଜି ରାଜ୍ୟ କ୍ୟାବିନେଟ ବୈଠକ
- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ
- ଆସିପାରେ ୧୧ଟି ପ୍ରସ୍ତାବ
ବୁଧବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ସନ୍ଧ୍ୟା ୬ଟା ୪୫ ମିନିଟରେ ଭିଡିଓ କନଫରେନ୍ସିଂରେ ଏହି ବୈଠକ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଏହି ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ।
ଫୁଲବାଣୀ ଓ କୋରାପୁଟରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରସ୍ତାବ ରହିଛି। ଏହି ମେଡିକାଲ କଲେଜର ଭିତ୍ତିଭୂମି ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହଜାରେ କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ସେହିପରି ବରଗଡ଼ ଜିଲ୍ଲାର ୨ଟି ପାନୀୟ ଜଳ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିପାରେ। ଏହାର ବଜେଟ ପ୍ରାୟ ହଜାରେ କୋଟି ଟଙ୍କା ହେବ ବୋଲି ଜଣାଯାଇଛି।
ଏହାବ୍ୟତୀତ କ୍ୟାବିନେଟ ବୈଠକରେ ସ୍ୱାସ୍ଥ୍ୟ, ଜଳସଂପଦ ବିଭାଗର ଆଉ କେତେକ ପ୍ରସ୍ତାବ ମଧ୍ୟ ଆସିବାର ଅଛି।

















