ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ଫେବ୍ରୁଆରି ମାସରେ ଭାରତ ଗସ୍ତରେ ଆସି ଇଂଲଣ୍ଡ ଟିମ୍ ୪ଟି ଟେଷ୍ଟ, ୫ଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ। ଏଥିପାଇଁ ଗୁରୁବାର ବିସିସିଆଇ ପକ୍ଷରୁ ଖେଳସୂଚୀ ଧାର୍ଯ୍ୟ କରାଯାଇଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଗସ୍ତରେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଭିତରେ ଏକ ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଯାହାକି ବିଶ୍ୱର ସବୁଠୁ ବୃହତ ଷ୍ଟାଡିୟମର ମାନ୍ୟତା ପାଇଥିବା ମୋଟେରା ଗ୍ରାଉଣ୍ଡରେ ଖେଳାଯିବ। ତା ସହିତ ଏହି ଷ୍ଟାଡିୟମରେ ୫ଟି ଯାକ ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବ ବୋଲି ବିସିସିଆଇ ସୂଚନା ଦେଇଛି।

କରୋନା ମହାମାରୀ ହେତୁ ଏଥର ମାତ୍ର ତିନୋଟି ଷ୍ଟାଡିମୟରେ ଏହି ଗସ୍ତର ସମସ୍ତ ମ୍ୟାଚ୍ ଖେଳାଯିବ। ଚେନ୍ନାଇରେ ପ୍ରଥମ ଦୁଇଟି ଟେଷ୍ଟ ଓ ଏହାପରେ ଅହମ୍ମଦାବାଦରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଟେଷ୍ଟ ସିରିଜ୍ ଶେଷ ହେବା ପରେ ସେହି ଅହମ୍ମଦାବାଦରେ ହିଁ ଟି-ଟ୍ୱେଣ୍ଟି ସିରିଜର ୫ଟି ଯାକ ମ୍ୟାଚ୍ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି।

ଏହାପରେ ଭାରତ-ଇଂଲଣ୍ଡ ଭିତରେ ଖେଳାଯିବାକୁ ଥିବା ତିନୋଟି ଦିନିକିଆ ମ୍ୟାଚ୍ ପୁଣେରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ଆଜି ସୂଚନା ଦିଆଯାଇଛି।ଇଂଲଣ୍ଡ ଦଳର ଭାରତ ଗସ୍ତ

ଟେଷ୍ଟ ସିରିଜ୍

  • ପ୍ରଥମ ଟେଷ୍ଟ : ୫ ରୁ ୯ ଫେବ୍ରୁଆରି, ୨୦୨୧ (ଚେନ୍ନାଇ)
  • ଦ୍ୱିତୀୟ ଟେଷ୍ଟ : ୧୩ରୁ -୧୭ ଫେବ୍ରୁଆରି, ୨୦୨୧ (ଚେନ୍ନାଇ)
  • ତୃତୀୟ ଟେଷ୍ଟ (ଡେ-ନାଇଟ୍ ):  ୨୪ରୁ ୨୮ ଫେବ୍ରୁଆରି, ୨୦୨୧(ଚେନ୍ନାଇ)
  • ଚତୁର୍ଥ ଟେଷ୍ଟ : ୪ରୁ ୮ ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)

ଟି-ଟ୍ୱେଣ୍ଟି ସିରିଜ୍

  • ପ୍ରଥମ ଟି-ଟ୍ୱେଣ୍ଟି: ୧୨ ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)
  • ଦ୍ୱିତୀୟ ଟି-ଟ୍ୱେଣ୍ଟି: ୧୪  ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)
  • ତୃତୀୟ ଟି-ଟ୍ୱେଣ୍ଟି: ୧୬ ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)
  • ଚତୁର୍ଥ ଟି-ଟ୍ୱେଣ୍ଟି: ୧୮ ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)
  • ପଞ୍ଚମ ଟି-ଟ୍ୱେଣ୍ଟି: ୨୦ ମାର୍ଚ୍ଚ ୨୦୨୧ (ଅହମ୍ମଦାବାଦ)

ଦିନିକିଆ ସିରିଜ୍

  • ପ୍ରଥମ ଦିନିକିଆ: ୨୩ ମାର୍ଚ୍ଚ ୨୦୨୧(ପୁଣେ)
  • ଦ୍ୱିତୀୟ ଦିନିକିଆ: ୨୬ ମାର୍ଚ୍ଚ ୨୦୨୧(ପୁଣେ)
  • ତୃତୀୟ ଦିନିକିଆ: ୨୮ ମାର୍ଚ୍ଚ ୨୦୨୧(ପୁଣେ)

Comment