ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜିଲ୍ଳାମାନଙ୍କରେ ମନ୍ଦିର ଖୋଲିବ କି ନାହିଁ ଓ କେବେ ଖୋଲିବ ତାହା ବର୍ତ୍ତମାନ ଜିଲ୍ଲାପାଳମାନେ ସ୍ଥିର କରିବେ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହେବା ପରେ ଅନ୍ୟ ମନ୍ଦିର ଖୋଲିବା ସକାଶେ ଦାବି ଜୋରଦାର ହୋଇଥିବା ବେଳେ ଏହି ଦାୟିତ୍ୱଟିକୁ ସରକାର ଜିଲ୍ଲାପାଳ ମାନଙ୍କ ଉପରେ ଲଦି ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏନେଇ ଏକ ଟୁଇଟ କରିଛନ୍ତି।ସେହି ଟୁଇଟରେ ସେ କହିଛନ୍ତି ଯେ ମନ୍ଦିର ଖୋଲିବା ନେଇ ପୂର୍ବରୁ ସରକାର ଜିଲ୍ଲାପାଳ ମାନଙ୍କୁ କ୍ଷମତା ଦେଇଥିଲେ।ମନ୍ଦିର ସହିତ ଜଡିତ ସମସ୍ତ ଅଂଶୀଦାର ମାନଙ୍କ ସହ ପରାମର୍ଶ କ୍ରମେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଆଗରୁ ସରକାର କହିଥିଲେ।ଏବେ ବି ସେହି ନିଷ୍ପତ୍ତି ବଳବତ୍ତର ରହିବ।

କୋଭିଡ ନିୟମର କଡ଼ାକଡ଼ି ପାଳନ ପୂର୍ବକ ନିଜ ନିଜ ଜିଲ୍ଲାରେ କେବେ ଓ କେଉଁ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି।

Comment