ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ଲିପକାର୍ଟରେ ପୁଣି ଥରେ ସେଲ୍ ଆରମ୍ଭ ହେବାକୁ ଯାଉଛି। ‘ବିଗ୍ ସେଭିଙ୍ଗ୍ ଡେଜ୍’ ନାମରେ ଏହି ସେଲ୍ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ଏହି ସେଲ୍ ୫ ଦିନ ଯାଏଁ ଅର୍ଥାତ୍ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ମୋବାଇଲ, ଟିଭି ପରି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଉପକରଣ ସମେତ ପୋଷାକ, ଜୋତା ଆଦି ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ମୋବାଇଲ ଓ ଟାବଲେଟ୍
ବିଗ୍ ସେଭିଙ୍ଗ୍ ଡେଜ୍ ସେଲରେ ମୋବାଇଲ ଓ ଟାବଲେଟ୍ ଉପରେ ଦମଦାର୍ ରିହାତି ମିଳିବ। ଏଥିରେ ରିୟଲମି 6ର ପ୍ରାରମ୍ଭିକ ମୂଲ୍ୟ ୧୨,୯୯୯ ଟଙ୍କା ରଖାଯାଇଥିବା ବେଳେ iPhone XRର ମୂଲ୍ୟ ୩୮,୯୯୯ ଟଙ୍କା ରହିବ। ସେହିପରି ଗ୍ରାହକମାନେ ରିୟଲମି ନାର୍ଜି 20 ପ୍ରୋକୁ ୧୩,୯୯୯ ଟଙ୍କା, ରିୟଲମି 9iକୁ ୮,୯୯୯ ଟଙ୍କାରେ କିଣିପାରିବେ। ଏହାଛଡ଼ା ସେଲରେ ସ୍ମାର୍ଟଫୋନ୍ ଉପରେ ନୋ କଷ୍ଟ ଇଏମ୍ଆଇ, ସମ୍ପୂର୍ଣ୍ଣ ମୋବାଇଲ ନିରାପତ୍ତା ଓ ଏକ୍ସଚେଞ୍ଜ ଅଫର୍ ମଧ୍ୟ ପ୍ରଦାନ କରାଯିବ ବୋଲି କୁହାଯାଉଛି।ଇଲେକ୍ଟ୍ରୋନିକ୍ସ ଉପକରଣ
ଫ୍ଲିପକାର୍ଟର ଏହି ସେଲରେ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ହେଡଫୋନ୍ ଓ ସ୍ପିକର ଉପରେ ୭୦ ପ୍ରତିଶତ, ଲାପଟପ ଉପରେ ୪୦ ପ୍ରତିଶତ ରିହାତି ମିଳିବ। ସେହିପରି ସ୍ମାର୍ଟ ଓ୍ୱିୟରେବଲକୁ ଗ୍ରାହକମାନେ ୫୦ ପ୍ରତିଶତ ରିହାତିରେ କିଣିପାରିବେ। ଏଥିସହ ଟପ୍ ୨୦ ଟ୍ରିମରକୁ ୩୯୯ ଟଙ୍କା ପ୍ରାରମ୍ଭିକ ମୂଲ୍ୟରେ ବିକ୍ରି କରାଯିବ।
ଟିଭି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ
ବିଗ୍ ସେଭିଙ୍ଗ ସେଲରେ ଗ୍ରାହକମାନେ ୭୫ ପ୍ରତିଶତ ରିହାତିରେ ଟିଭି, ଓ୍ୱାସିଙ୍ଗମେସିନ ଆଦି କିଣିପାରିବେ। ଏହି ସେଲରେ ରୋଷେଇ ଉପକରଣଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟ ୨୪୯ ଟଙ୍କା ରହିବ। ସେହିପରି ଟପ୍ ଓ୍ୱାସିଙ୍ଗ୍ ମେସିନକୁ ୬,୯୯୯ ଟଙ୍କା ଓ ବେଷ୍ଟ ସେଲିଂ ଟିଭିକୁ ୬୫ ପ୍ରତିଶତ ରିହାତିରେ କିଣାଯାଇପାରିବ। ଏହାଛଡ଼ା ହିଟିଂ ଉପକରଣଗୁଡ଼ିକୁ ୭୦ ପ୍ରତିଶତ ରିହାତିରେ ଗ୍ରାହକ କିଣିପାରିବେ।ଫ୍ୟାସନ୍ ବ୍ରାଣ୍ଡ ଉପରେ ୮୦ ପ୍ରତିଶତ ରିହାତି
ଫ୍ଲିପକାର୍ଟର ଏହି ସେଲରେ ଟପ୍ ଫ୍ୟାସନ ବ୍ରାଣ୍ଡ ଉପରେ ୫୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। କାଜୁଆଲ ସାର୍ଟ, ଟ୍ରାଉଜର୍ସ ଉପରେ ୬୦-୭୦ ପ୍ରତିଶତ, ଟ୍ରାକ୍ ପ୍ୟାଣ୍ଟ ଓ ଟ୍ରାକ୍ ସୁଟ୍ ଉପରେ ୫୦-୮୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ଏହାଛଡ଼ା ସେଲରେ ପ୍ରସାଧନ ସାମଗ୍ରୀ, ଖାଦ୍ୟ ଓ ଖେଳଣା ପରି ଜିନିଷ ୯୯ ଟଙ୍କାରେ ମଧ୍ୟ କିଣାଯାଇପାରିବ।