ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୯ ମାସରୁ ଅଧିକ ସମୟ ବନ୍ଦ ରହିବା ପରେ ଶେଷରେ ଡିସେମ୍ବର ୨୩ ତାରିଖରେ ଖୋଲିବ ଶ୍ରୀମନ୍ଦିର। ଏନେଇ କିଛି ଦିନ ତଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯାଇଥିଲା, ଏହାକୁ ରାଜ୍ୟ ସରକାର ଏବେ ଅନୁମତି ଦେଇଥିବା ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।

ପ୍ରଥମେ କେବଳ ପୁରୀବାସୀଙ୍କୁ ମନ୍ଦିର ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷକରି ମନ୍ଦିର ଭିତରେ କିପରି ସାମାଜିକ ଦୂରତା ପାଳନ କରିହେବ ସେ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଏହାପରେ ପର୍ଯ୍ୟାୟ କ୍ରମେ ସାଧରଣ ଦର୍ଶନ ଆରମ୍ଭ ହେବ। ତେବେ ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏଥର ଜାନୁଆରି ମାସର ପ୍ରଥମ ଦୁଇ ଦିନ ମନ୍ଦିର ବନ୍ଦ ରହିବ। ଜାନୁଆରି ୩ ତାରିଖରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳୁଛି।

Comment