ଓଡ଼ିଶାଲାଇଭ୍‌ ବ୍ୟୁରୋRafale

୨୦୨୦ରେ  ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ମିଳିଥିଲା ଏକ ଐତିହାସିକ ସଫଳତା।  ବାୟୁସେନାରେ ସାମିଲ ହୋଇଥିଲା ଲଢ଼ୁଆ ବିମାନ ରାଫେଲ। ଫ୍ରାନ୍ସରୁ ଭାରତ, କିପରି ଥିଲା ରାଫଲର ଯାତ୍ରା ଜାଣିବା ପାଇଁ ପଢ଼ନ୍ତୁ ଓଡ଼ିଶାଲାଇଭର ଫ୍ୟାସବ୍ୟାକ ରିପୋର୍ଟ।

ଅନ୍ୟ ସବୁ କ୍ଷେତ୍ର ପାଇଁ ୨୦୨୦ ଅଭିଶପ୍ତ ପାଲଟିଥିଲା ବେଳେ ବାୟୁସେନା ପାଇଁ କିନ୍ତୁ ଏ ବର୍ଷ ଐତିହାସିକ ବର୍ଷ ଭାବେ ପରିଗଣିତ ହେଲା। ଜୁଲାଇ ୧୦ରେ ପ୍ରଥମ ପର୍ଯ୍ୟାୟରେ ୫ଟି ବିମାନ ଆସିଥିଲା। ବର୍ଷ ବର୍ଷର ଅପେକ୍ଷା ପରେ ୨୦୨୦, ସେପ୍ଟେମ୍ବର ୧୦ରେ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା ଯୁଦ୍ଧ ବିମାନ ‘ବାୟୁବୀର’ ରାଫେଲ।

ସେପ୍ଟେମ୍ବର ୧୦ରେ ହରିଆଣାର ଅମ୍ଵାଲା ଏୟାରବେସ୍‌ରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନାକୁ ୫ଟି ‘ରାଫେଲ’ ହସ୍ତାନ୍ତର କରିଥିଲେ। ରାଫେଲ ହସ୍ତାନ୍ତର ପୂର୍ବରୁ ସବୁ ଧର୍ମର ବିଧି ଅନୁସାରେ ଏହାକୁ ପୂଜାର୍ଚ୍ଚନା କରାଯାଇଥିଲା। ରାଜନାଥ ସିଂଙ୍କ ସମେତ ଫ୍ରାନ୍ସ ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।rafale fighter-2

ଭାରତୀୟ ପ୍ରମୁଖ ପ୍ରତିରକ୍ଷା ଅଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ, ବାୟୁସେନା ପ୍ରମୁଖ ଏୟାର ଚିଫ୍ ମାର୍ଶାଲ ଆର୍‌ କେ ଏସ୍ ଭଦୌରିୟା, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ପ୍ରତିରକ୍ଷା ବିଭାଗ ସଚିବ ଓ ଡିଆର୍‌ଡିଓ ଅଧ୍ୟକ୍ଷ ଡକ୍ଟର ଜି ସତୀଶ ରେଡ୍ଡୀଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଏହି ଅବସରରେ ଫ୍ରାନ୍ସ ରାଷ୍ଟ୍ରଦୂତ ଇମାନୁଏଲ୍ ଲେନିନ୍, ବାୟୁସେନା ମୁଖ୍ୟ ଏରିକ୍ ଅଟଲେଟ୍, ଫ୍ରାନ୍ସର ବାୟୁସେନାର ଡେପୁଟି ଚିଫ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଫ୍ରାନ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। ଗତ ଜୁଲାଇ ୨୯ ତାରିଖରେ ଏହି ରାଫେଲ ବିମାନ ଫ୍ରାନ୍ସରୁ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା।

ଦ୍ୱିତୀୟ ପର୍ଯ୍ୟାୟରେ ଆସିଲା ୩ ରାଫେଲ

ପ୍ରଥମ ପର୍ଯ୍ୟାୟରେ ୫ଟି ରାଫେଲ ଆସିଥିଲା ବେଳେ ନଭେମ୍ବର ୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩ଟି ରାଫେଲ ଆସିଥିଲା। ଏହି ରାଫେଲ ଗୁଜରାଟର ଜାମନଗର ଏୟାରବେସରେ ଅବତରଣ କରିଥିଲା। ଏହି ରାଫେଲକୁ ମିଶାଇ ଭାରତ ପାଖରେ ୮ଟି  ରାଫେଲ ବିମାନ ଅଛି।

ବାୟୁସେନା ଦିବସରେ ପରାକ୍ରମ ଦେଖାଇଲା ରାଫେଲ

ଅକ୍ଟୋବର ୮ ତାରିଖରେ ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସ୍‌ରେ ଏୟାର ସୋ’ ପ୍ରଦର୍ଶନ ବେଳେ ରାଫେଲ ନିଜର ପରାକ୍ରମ ଦେଖାଇଥିଲା। ୫୬ଟି ଏୟାରକ୍ରାଫ୍ଟ ସହ ଏଥର ରାଫେଲ୍ ଯୁଦ୍ଧ ବିମାନ ମଧ୍ୟ ବାୟୁସେନା ଦିବସର ଫ୍ଲାଇଙ୍ଗ୍ ମାର୍ଚ୍ଚରେ ସାମିଲ୍ ହୋଇଥିଲା।rafale fighters

 ୨୦୨୧ ଏପ୍ରିଲ ସୁଦ୍ଧା ଆସିବ ୧୬ଟି ରାଫେଲ୍‌

ଭାରତୀୟ ବାୟୁସେନାରେ ୨୦୨୧, ଏପ୍ରିଲ ସୁଦ୍ଧା ୧୬ଟି ରାଫେଲ ବିମାନ‌ ସାମିଲ ହେବ। ନଭେମ୍ବର ୫ରେ ଅମ୍ବାଲା ଏୟାରବେସରେ ୩ଟି ରାଫେଲ ଲ୍ୟାଣ୍ଡ କରିବାକୁ ଥିଲା ବେଳେ ଜାନୁଆରିରେ ୩ ଓ ମାର୍ଚ୍ଚରେ ଆଉ ୩ଟି ରାଫେଲ ଆସିବ। ସେହିପରି ଏପ୍ରିଲ ମାସରେ ଆଉ ୭ଟି ରାଫେଲ ଭାରତରେ ପହଞ୍ଚିବ।

ରାଫେଲ ଉଡ଼ାଇବା ପାଇଁ ସ୍ୱତନ୍ତ୍ର ତାଲିମ ନେଇଥିବା ଭାରତୀୟ ପାଇଲଟ ଏଥିପାଇଁ ଖୁବଶୀଘ୍ର ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏପ୍ରିଲ ମାସ ବେଳକୁ ଭାରତ ନିକଟରେ ୨୧ଟି ରାଫେଲ୍ ଯୁଦ୍ଧ ବିମାନ ଥିବ। ଏହାପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୬ଟି ରାଫେଲ ଆସିବ। ଫ୍ରାନ୍ସର ୩୬ଟି ରାଫେଲ ଆଣିବାକୁ ଭାରତର ଚୁକ୍ତି ହୋଇଛି।

ରାଫେଲର ବିଶେଷତ୍ୱ

  • ଦୁଇ ଇଞ୍ଜିନ ବିଶିଷ୍ଟ ଏହି ଫାଇଟର ଜେଟ୍ ଦୂରରେ ରହି ଶତ୍ରୁପକ୍ଷକୁ ଆକ୍ରମଣ କରିବାରେ ବେଶ୍ ମାହିର।
  • ରାଫେଲ ଯୁଦ୍ଧ ବିମାନ ଆକାଶରୁ ଭୁପୃଷ୍ଠକୁ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିବାରେ ସିଦ୍ଧହସ୍ତ।
  • ରାଫେଲ୍ ଯୁଦ୍ଧ ବିମାନ ୩୦୦ କିଲୋମିଟର ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ।
  • ଭାରି ପରିମାଣର ଅସ୍ତ୍ରଶସ୍ତ୍ର ବୋହି ଏହା ଆକାଶ ମାର୍ଗରେ ଗତି କରିପାରିବା ସହିତ ଶତ୍ରୁ ପକ୍ଷକୁ ମାତ ଦେଇପାରିବ।
  • ଏହି ଯୁଦ୍ଧ ବିମାନ ଘଣ୍ଟା ପ୍ରତି ୨୧୩୦ କି.ମି ବେଗରେ ଉଡ଼ିବାର କ୍ଷମତା ରଖୁଛି।
  • ଏଥିସହିତ ରାଫେଲ ୫୦ ହଜାର ଫୁଟ୍ ଉଚ୍ଚରେ ଉଡ଼ି ମଧ୍ୟ ଆକ୍ରମଣ କରିପାରିବ।
  • ରାଫେଲ୍ କିଛି ସମୟ ମଧ୍ୟରେ ହିଁ ପରମାଣୁ ବୋମା ସହ ଶତ୍ରୁ ଉପରକୁ ଆକ୍ରମଣ କରିପାରେ।
  • ଏହାସହ ମାତ୍ର ତିନି ସେକେଣ୍ଡରେ ଏହା ସୁପରସୋନିକ ସ୍ପିଡ୍ ଧାରଣ କରିପାରେ।
  • ରାଫେଲ୍ ଉଡ଼ୁଥିବା ଅବସ୍ଥାରେ ମଧ୍ୟ ଏଥିରେ ଇନ୍ଧନ ଭରିହେବ ଏବଂ ଏଥିରେ ଥିବା ଡେଲ୍ଟା ଡେଣା ସାହାଯ୍ୟରେ ମହାକାଶରେ ଗୋଟିଏ ସ୍ଥାନରେ ଏହା ସ୍ଥିର ମଧ୍ୟ ରହିପାରେ।

LEAVE A REPLY

Please enter your comment!
Please enter your name here