ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସଇ ବୋର୍ଡ ପରୀକ୍ଷା କେବେ ହେବ ସେ ବାବଦରେ ଡିସେମ୍ଵର ୩୧ରେ ତାରିଖ ଘୋଷଣା କରାଯିବ। ଏନେଇ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ସୂଚନା ଦେଇଛନ୍ତି।

ଡିସେମ୍ଵର ୩୧ ତାରିଖ ସନ୍ଧ୍ୟା ୬ଟା ବେଳେ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ ବୋଲି ମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି। ମନ୍ତ୍ରୀଙ୍କ ଏହି ଘୋଷଣା ପରେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀମାନେ ଯେଉଁ ଦ୍ଵନ୍ଦ୍ଵରେ ଥିଲେ ତାହା ଦୂର ହୋଇଛି।

ଏହାପୂର୍ବରୁ ଗତ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଥିଲେ ଯେ, ସିବିଏସଇ ବୋର୍ଡ ପରୀକ୍ଷା ୨୦୨୧ ଜାନୁଆରି କିମ୍ବା ଫେବ୍ରୁଆରି ମାସରେ ହେବ ନାହିଁ। କରୋନା ପାଇଁ ଦେଶରେ ସମସ୍ତ ସ୍କୁଲ ବନ୍ଦ ରହିଥିଲା। ଏଥିରେ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଛି। ତେଣୁ ବିଚାର ବିମର୍ଶ କରିବା ପରେ ପରୀକ୍ଷା ନେଇ ଚୂଡାନ୍ତ ନିଷ୍ପତି ନିଆଯିବ।

ତେବେ ପୂର୍ବରୁ ସିବିଏସଇ ସ୍ପଷ୍ଟ କରିସାରିଛି ଯେ, ଏଥର ବୋର୍ଡ ପରୀକ୍ଷା ଅଫଲାଇନ ମୋଡରେ ଆୟୋଜିତ ହେବ। ପରୀକ୍ଷା ସମୟରେ କରୋନା ନିୟମ ପାଳନ ସହ ପରୀକ୍ଷାର୍ଥୀଙ୍କ ସମେତ ଶିକ୍ଷକମାନଙ୍କୁ ମଧ୍ୟ ସବୁ ଜରୁରୀ ସତର୍କତା ଅବଲମ୍ବନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

Comment