ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ତ୍ଵଚା ସାଧାରଣତଃ ଶୁଷ୍କ ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ମହୁ ବ୍ୟବହାର କରିପାରିବେ। ମହୁରେ ଫେସ୍ ପ୍ୟାକ୍ ବନେଇ ଲଗାଇବା ଦ୍ଵାରା ତ୍ଵଚା ମୁଲାୟମ ହେବା ସହ ଉଜ୍ଜ୍ଵଳ ଦେଖାଯାଇଥାଏ।ମହୁରେ ବିଭିନ୍ନ ପ୍ରକାର ଫେସ୍ ପ୍ୟାକ୍

  • ମହୁରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଚାମଚ ମହୁ ନିଅନ୍ତୁ। ସେଥିରେ ଅଧ ଚାମଚ ଦହି ମିଶାନ୍ତୁ। ଏବେ ଏହି ପ୍ୟାକ୍‌କୁ ମୁହଁରେ ଭଲ ଭାବେ ଲଗାନ୍ତୁ। ୩୦ ମିନିଟ୍ ପରେ ଉଷୁମ ପାଣିରେ ମୁହଁ ଧୋଇନିଅନ୍ତୁ।
  • ଏକ ଚାମଚ ଦହିରେ କିଛି ଅଲିଭ୍ ତେଲ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇବାର ୨୦ ମିନିଟ୍ ପରେ ଅଳ୍ପ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ଵାରା ମୁହଁରେ ଥିବା ଦାଗ, ବ୍ରଣ ଆଦି ସମସ୍ୟା ଦୂର ହେବା ସହ ମୁହଁ ଉଜ୍ଜ୍ଵଳ ଦେଖାଯିବ।

  • ଏକ ଚାମଚ ମହୁରେ ବାଦାମ ପାଉଡର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଘଷନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁ ଧୋଇ ମଏଶ୍ଚରାଇଜର ଲଗାନ୍ତୁ। ଏହାଦ୍ଵାରା ମୁହଁରେ ଥିବା ମୃତ କୋଷିକାଗୁଡ଼ିକ ବାହାରି ଆସିଥାଏ। ଫଳରେ ତ୍ଵଚା ମୁଲାୟମ ହେବା ସହ ଉଜ୍ଜ୍ଵଳ ଦେଖାଯାଏ।
  • ଏକ ଚାମଚ ମହୁ, ଏକ ଚାମଚ ଅଲିଭ୍ ତେଲ ଓ ଅଧ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ଵାରା ଶୁଷ୍କ ତ୍ଵଚାରୁ ମୁକ୍ତି ମିଳିଥାଏ।

Comment