ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାର ସଂସ୍କୃତି ଏବଂ ପରମ୍ପରା ଉପରେ ଗୀତ ଗାଇ ଜିଲ୍ଲାରେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯୁବକ ଅକ୍ଷୟ ସମର୍ଲିଆ। କୋରାପୁଟର ସମସ୍ତ ପର୍ଯ୍ୟଟନ ସ୍ଥଳୀ, ଦେବଦେବୀ ଆଦିଙ୍କୁ ନେଇ ଅନେକ ଗୀତ ରଚନା ସହିତ ସେଥିରେ କଣ୍ଠ ଦେଇ ଶ୍ରୋତାଙ୍କ ମନ ଜିଣିବାରେ ସଫଳ ହୋଇପାରିଛନ୍ତି ସେ।

ଦେଓମାଳିଠୁ ନେଇ କୁଟନିପଦର ଶିବ ଲିଙ୍ଗ ଏବଂ ଗଛ ପାହାଡ଼ ଭରା କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତିକୁ ବେଶ ଭଲଭାବେ ତାଙ୍କ ଗୀତ ମାଧ୍ୟମରେ ସାଉଁଟିଛନ୍ତି ଅକ୍ଷୟ। କୋରାପୁଟ ଜିଲ୍ଲା ଦସମନ୍ତପୁର ବ୍ଲକରେ ଅକ୍ଷୟଙ୍କ ଘର। ପରିବାର କହିଲେ ବାପା, ମା’ ଓ ତିନି ଭାଇ ଭଉଣୀଙ୍କୁ ନେଇ ତାଙ୍କ ସଂସାର। ଦଶମନ୍ତପୁର କଲେଜରୁ ବିଏ ପାସ କରି ୨୦୧୮ ମସିହାରୁ ଲଷ୍ମୀପୁରର କଡୀଙ୍ଗା ମାଡି ଓଏମସିରେ ସିକ୍ୟୁରୀଟି ଗାର୍ଡ ଭାବେ କାମ କରୁଛନ୍ତି ଅକ୍ଷୟ।

ଛୋଟବେଳୁ କଳା ପ୍ରତି ଆକୃଷ୍ଟ ହୋଇଥିଲେ ଅକ୍ଷୟ। ବୟସ ବଢିବା ସହ ଧିରେ ଧିରେ ତାଙ୍କର ଗୀତ ଗାଇବା ଉପରେ ଆଗ୍ରହ ବଢିଥିଲା। ପଢା ସମୟରେ ସ୍କୁଲରେ ବିଭିନ୍ନ ସଂଗୀତ ପ୍ରତିଯୋଗିତାରେ ଅକ୍ଷୟ ଭାଗ ନେଇ ସୁନ୍ଦର ସୁନ୍ଦର ଗୀତ ଗାଇ ସମସ୍ତଙ୍କ ହୃଦୟ ଜିଣିବା ସହ କୃତିତ୍ଵ ହାସଲ ମଧ୍ୟ କରିଥିଲେ। ଅର୍ଥ ଅଭାବରୁ ଅକ୍ଷୟ ସଂଗୀତ ତାଲିମ ନେଇପାରି ନାହାନ୍ତି। ଯଦି ତାଙ୍କୁ ଉପଯୁକ୍ତ ତାଲିମ ମିଳିବ ତେବେ ସେ ଆଗକୁ ଭଲ କଣ୍ଠଶିଳ୍ପୀଟିଏ ହେବେ ବୋଲି ଆଶା ରଖିଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ତାଙ୍କୁ ସହାୟତାର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି।

Comment