ଓଡ଼ିଶାଲାଇଭ୍ ବ୍ୟୁରୋ

କିମ୍ବଦନ୍ତୀ ହକି ତାରକା ମାଇକେଲ କିଣ୍ଡୋଙ୍କ ପରଲୋକ। ଗୁରୁବାର ରାଉରକେଲାର ଆଇଜିଏଚ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି।

ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଦୀର୍ଘ ମାସେ ଧରି ସେ ରାଉରକେଲାର ଆଇଜିଏଚ୍‌ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ସାତଦିନ ପୂର୍ବରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବେଳେ ଗୁରୁବାର ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା।

୧୯୭୫ର ବିଶ୍ୱକପ୍ ହକି ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ଥିଲେ କିଣ୍ଡୋ। ସେ ଜଣେ ଭଲ ଡିଫେଣ୍ଡର। କ୍ରୀଡ଼ା ଜଗତରେ ସ୍ଵତନ୍ତ୍ର ପ୍ରଦର୍ଶନ ପାଇଁ ସେ ଅର୍ଜୁନ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ। କିଣ୍ଡୋଙ୍କ ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଶୋକ ପ୍ରକାଶ କରିଛନ୍ତି।

Comment