ଓଡ଼ିଶାଲାଇଭ୍ ବ୍ୟୁରୋ

ଖୁବଶୀଘ୍ର ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ରାଜ୍ୟରେ କେବେ ଟିକା ପହଞ୍ଚିବ ସେନେଇ କିଛି ନିର୍ଦ୍ଦିଷ୍ଟ ତାରିଖ କୁହାଯାଇ ନଥିଲେ ମଧ୍ୟ ଯେକୌଣସି ମୁହୂର୍ତ୍ତରେ ଏହା ପହଞ୍ଚିପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏନେଇ ବୁଧବାର ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଓଡ଼ିଶାକୁ ଟିକା ଆସିବା ପରେ ତାହାକୁ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ। କେଉଁ କେଉଁ ସ୍ଥାନରେ ଟିକାକରଣ କରାଯିବ ସେନେଇ ଜାନୁଆରି ୮ ତାରିଖ ସୁଦ୍ଧା ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହାପରେ ପ୍ରତି ଜିଲ୍ଲାର ଟିକାକରଣ ସେଣ୍ଟରକୁ ଟିକା ପଠାଇ ଦିଆଯିବ।

ତେବେ କେତେ ପରିମାଣର ଟିକା ଆସିବ ସେ ବାବଦରେ କୌଣସି ସୂଚନା ମିଳି ନଥିବା ବେଳେ ଟିକା ପ୍ରସ୍ତୁତକାରୀ ସଂସ୍ଥାଠାରୁ ସିଧାସଳଖ ରାଜ୍ୟକୁ ଟିକା ଆସିବ ବୋଲି କେନ୍ଦ୍ର ସରକାର ତାଙ୍କ ଚିଠିରେ କହିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Comment