ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର। ଓଡ଼ିଶା ପୋଲିସରେ ଏବେ ସ୍ଵଚ୍ଛତା ନଥିବା ସେ ଅଭିଯୋଗ କରିଛନ୍ତି। ମାହାଙ୍ଗା ହତ୍ୟାକାଣ୍ଡରେ ମୃତ୍ୟୁ ପୂର୍ବରୁ ଦିବ୍ୟସିଂହ ବରାଳ ଅନେକ ଲୋକଙ୍କ ନାମ ନେଇଥିଲେ। କିନ୍ତୁ ତାଙ୍କ ବୟାନ ଅନୁସାରେ କୌଣସି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ପ୍ରକାଶ କହିଛନ୍ତି।

ତେଣୁ ତଦନ୍ତରେ ଏଭଳି ଅବହେଳା ପୋଲିସ ବ୍ୟବସ୍ଥାର ସ୍ଵଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହାକି ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ଅତ୍ୟନ୍ତ ଚିନ୍ତାଜନକ ଥିବା ପ୍ରକାଶ ମତପୋଷଣ କରିଛନ୍ତି।ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯିବା ଘଟଣାରେ ପ୍ରତିକ୍ରିୟା ରଖି ପ୍ରକାଶ ଆହୁରି କହିଛନ୍ତି ଯେ, ଏବେ ରାଜ୍ୟ ପୋଲିସ ଉପରେ ଚାପ ପକାଯାଇ ତାକୁ ନିସ୍କ୍ରିୟ କରି ଦିଆଯାଉଛି। ତେଣୁ ପୋଲିସ ସବୁବେଳେ କାହାର ଅନୁଗତ ହୋଇ ରହିଆସିଛି। ଯଦି ଶାସକ ଦଳର ଅନୁଗତ ହେବାକୁ ପୋଲିସ ଅମଙ୍ଗ ହେଉଛି ତେବେ ତାଙ୍କୁ ଉପକୂଳରେ ପୋଷ୍ଟିଂ ମିଳୁନି।

Comment