ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୨୯ଟି ଜିଲ୍ଲା ଏବଂ ଷ୍ଟେଟ ପୁଲରୁ ଆଜି ୨୬୦ ନୂଆ କରୋନା ପଜିଟିଭ୍ ଡିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୫୧ ଜଣ ଥିବା ବେଳେ ୧୦୯ଟି ଲୋକାଲ କେସ୍ ରହିଛି। ଏନେଇ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୪, ଅନୁଗୁଳରୁ ୨୧, ସମ୍ଵଲପୁରରୁ ୧୯, ଗଜପତିରୁ ୧୮ ଜଣ ପଜିଟିଭ୍ ଡିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟସବୁ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ ପଜିଟିଭ୍ ବାହାରିଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୩୧,୮୬୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୭,୮୦୩ ଜଣ ସୁସ୍ଥ ହୋଇଥିବା ବେଳେ ୨,୧୧୫ ଜଣ ସକ୍ରିୟ ରୋଗୀ ଅଛନ୍ତି।

Comment